'X'ୟୁଜର୍ସଙ୍କ ପାଇଁ ଖୁସି ଖବର: କଲ୍ ସହ ଭିଡିଓ ଚାଟ୍ ମଧ୍ୟ କରିପାରିବେ

Elon Musk: ଟ୍ୱିଟର ଅର୍ଥାତ୍ 'X' ଦୁନିଆର ସବୁଠାରୁ ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ । ଏଥିରେ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ପରିବର୍ତ୍ତନ ହେଉଛି । ଏଲନ୍ ମସ୍କ ଟ୍ୱିଟରର ନାମକୁ ପରିବର୍ତ୍ତନ କରି 'X'କରିଦେଇଛନ୍ତି । ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହି ପ୍ଲାଟଫର୍ମକୁ X ନାମରେ ପରିଚିତଚ । ବର୍ତ୍ତମାନ ଏହି ପ୍ଲାଟଫର୍ମ ଏଲନ୍ ମସ୍କ ନୂଆ ଫିଚର ଆଡ୍ କରିଛନ୍ତି । ତାଙ୍କର ଏହି ଫିଚର୍ ୱାର୍ଟସଆପକୁ ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି ।

ବାସ୍ତବରେ, ଏଣିକି ୟୁଜର୍ସ ସୋସିଆଲ ମିଡିଆ ସାଇଟ୍ 'ଏକ୍ସ'ରେ ଅଡିଓ ଏବଂ ଭିଡିଓ କଲ୍ କରିପାରିବେ ଏବଂ ତାହା ବି ବିନା ସବସ୍କ୍ରିପସନରେ । ସମସ୍ତ ' X'ସ ବ୍ୟବହାର କରୁଥିବା ଉପଭୋକ୍ତା ଏହାର ଫାଇଦା ନେଇପାରିବେ । ମେଟାର ହ୍ଵାଟସଆପ, ମ୍ୟାସେନଜର ଏବଂ ଇନଷ୍ଟାଗ୍ରାମକୁ ଏହା କଡ଼ା ଟକ୍କର ଦେବ ।

Elon Musk

ଏକ୍ସର କାର୍ଯ୍ୟ କରୁଥିବା ଜଣେ ଇଞ୍ଜିନିୟରଙ୍କ ସୂଚନା ଅନୁସାରେ, ଧୀରେ ଧୀରେ ଅଣ-ପ୍ରିମିୟମ୍ ବ୍ୟବହାରକାରୀଙ୍କ ପାଇଁ ଅଡିଓ ଏବଂ ଭିଡିଓ କଲ୍ ର ଫିଚର ଆରମ୍ଭ କରାଯିବ । ଏତି ସହଜରେ ୟୁଜର ଏହାର ବ୍ୟବହାର ମଧ୍ୟ କରିପାରିବେ । ହେଲେ କଲ୍ କରିବା ପୂର୍ବରୁ ଆପଣ ଉକ୍ତ ବ୍ୟକ୍ତିଙ୍କ ସହ ଏକ୍ସରେ ଚାଟ୍ କରିଥିବେ ।

ତେବେ ଆପଣ ଫଲୋ କରିଥିବା ବ୍ୟକ୍ତିଙ୍କ ସହ କେବଳ ଅଡିଓ କଲ୍ ଏବଂ ଭିଡିଓ କଲ୍ କରିପାରିବେ ଏହା ସହ ଆପଣଙ୍କ ଫୋନରେ ସେଭ୍ କରିଥିବା ନମ୍ବରରେ ମଧ୍ୟ ଆପଣ କଲ୍ ଏବଂ ଭିଡିଓ କଲ୍ କରିପାରିବେ ।

ଏହା ପୂର୍ବରୁ ଏକ୍ସରେ କେବଳ ଆଇଫୋନ୍ ୟୁଜର୍ସଙ୍କ ପାଇଁ କଲିଂ ଫିଚର୍ ଆରମ୍ଭ କରିଥିଲା ଏବଂ ସେଥିପାଇଁ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡୁଥିଲା । ପରେ କମ୍ପାନୀ ଆଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କ ପାଇଁ କଲିଂ ଫିଚର ଆଣିଥିଲା । ସେଥିରେ ମଧ୍ୟ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡୁଥିଲା । ହେଲେ ଏବେ ବିନା କୌଣସି ଟଙ୍କା ଖର୍ଚ୍ଚରେ ଆପଣ ଫ୍ରି କଲ୍ ଏବଂ ଭିଡିଓ କଲ୍ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+