Gold-Silver Rate: ୧୯ ନଭେମ୍ବର ଦିନ ମହଙ୍ଗା ହେଲା ସୁନା
Gold-Silver Rate: ବିବାହ ଋତୁ ଆସିବା ମାତ୍ରେ ସୁନା ବଜାରରେ ଗ୍ରାହକଙ୍କ ଭିଡ଼ ବଢିବାରେ ଲାଗିଛି, ବିଶେଷ କରି ସୁନା ଓ ରୂପା କ୍ରୟରେ ବୃଦ୍ଧି ଘଟିଛି । ସୁନା କେବଳ ଅଳଙ୍କାର ନୁହେଁ ବରଂ ଏକ ସୁରକ୍ଷିତ ଇନଭେଷ୍ଟମେଣ୍ଟ ମଧ୍ୟ । ଅନେକ ଲୋକ ଗୋଲ୍ଡରେ ବିନିଯୋଗ ମଧ୍ୟ କରିଥାନ୍ତି ।

ବିବାହ ସମୟରେ ସୁନା ଓ ରୂପା କିଣିବା ଶୁଭ ବୋଲି ବିବେଚନା କରାଯାଏ, ଏବଂ ଏହି କାରଣରୁ ସେମାନଙ୍କର ଚାହିଦା ମଧ୍ୟ ବୃଦ୍ଧି ପାଇଥାଏ । ଆଜି ଭାରତରେ ସୁନା ମୂଲ୍ୟ 22 କ୍ୟାରେଟ୍ ସୁନା ଗ୍ରାମ ପିଛା 6,632 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ଗ୍ରାମ ପିଛା, 6 7,632 ଟଙ୍କା ରହିଛି । ସେହିପରି ଆଜି ଭାରତରେ ରୂପା ମୂଲ୍ୟ ଗ୍ରାମ ପିଛା 89.40 ଟଙ୍କା ଏବଂ କିଲୋଗ୍ରାମ ପ୍ରତି 89,400ଟଙ୍କା ରହିଛି ।
ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ 10 ଗ୍ରାମର 22 କ୍ୟାରେଟ୍ ସୁନା ଦର 69, 960 ଟଙ୍କା ରହିଛି ସେହିପରି 10 ଗ୍ରାମର 24 କ୍ୟାରେଟ୍ ସୁନା ମୂଲ୍ୟ 76,320 ଟଙ୍କା ରହିଛି । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ 10 ଗ୍ରାମର 22 କ୍ୟାରେଟ୍ ସୁନା ଦର 70,110 ଟଙ୍କା ରହିଛି ଏବଂ 10 ଗ୍ରାମର 24 କ୍ୟାରେଟ୍ ସୁନା ଦର 76,470 ଟଙ୍କା ରହିଛି । ମୁମ୍ବାଇରେ 10 ଗ୍ରାମର 22 କ୍ୟାରେଟ୍ ସୁନା ଦର 69,060 ଟଙ୍କା ରହିଛି ଏବଂ 10 ଗ୍ରାମର 24 କ୍ୟାରେଟ୍ ସୁନା ଦର 76,320 ରହିଛି ।
ଅହମ୍ମଦାବାଦରେ 10 ଗ୍ରାମର 22 କ୍ୟାରେଟ୍ ସୁନା ଦର 70,010 ଟଙ୍କା ରହିଛି ସେହିପରି 10 ଗ୍ରାମର 24 କ୍ୟାରେଟ୍ ସୁନା ଦର 76,370 ଟଙ୍କା ରହିଛି । କୋଲକତାରେ 10 ଗ୍ରାମର 22 କ୍ୟାରେଟ୍ ସୁନା ଦର 69,960 ଏବଂ 10 ଗ୍ରାମର 24 କ୍ୟାରେଟ୍ ସୁନା ଦର 76,320 ଟଙ୍କା ରହିଛି । ପୁଣେରେ 10 ଗ୍ରାମର 22 କ୍ୟାରେଟ୍ ଏବଂ 24 କ୍ୟାରେଟ୍ ସୁନା ଦର ଯଥାକ୍ରମେ 69,960 ଏବଂ 76,320 ଟଙ୍କା ରହିଛି ।












Click it and Unblock the Notifications