ଶ୍ରାବଣ ମାସରେ କମିଲା ସୁନା ଦର
Gold Rate: ଶ୍ରାବଣ ମାସ ତୃତୀୟ ସୋମବାର ଅର୍ଥାତ୍ ଅଗଷ୍ଟ ୫ ତାରିଖରେ ସୁନା ମୂଲ୍ୟ ହ୍ରାସ ପାଇଛି । ସୋମବାର ଦିନ ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 70 ରୁ 71 ହଜାର ମଧ୍ୟରେ ରହିଥିବା ବେଳେ କିଲୋଗ୍ରାମ 85,400 ଟଙ୍କା ରହିଛି । ବଜେଟ୍ 2024 ଉପସ୍ଥାପନା ପରେ ସୁନା ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ସପ୍ତାହ ମଧ୍ୟ ସୁନା ଦର ବୃଦ୍ଧି ପାଇଥିଲା।

ସେହିପରି ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 70 ହଜାର 720 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 64,840 ଟଙ୍କା ରହିଛି । ମୁମ୍ବାଇର ସୁନା ଦର 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 70,570 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 64,699 ଟଙ୍କା ରହିଛି ।
କୋଲକାତା ସୁନା ମୂଲ୍ୟ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 64,690 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 70,570 ଟଙ୍କା ରହିଛି । ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 64,990 ଟଙ୍କା ରହିଛି, 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 70,350 ଟଙ୍କା ରହିଛି । ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 64,740 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 70,620 ଟଙ୍କା ରହିଛି ।
ଲକ୍ଷ୍ନୌରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 64,840 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,720 ଟଙ୍କା ରହିଛି । ଜୟପୁରରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 64,840 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,720 ଟଙ୍କା ରହିଛି ।












Click it and Unblock the Notifications