Gold Rate: ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର

Gold Rate Today In India: ବିବାହ ଋତୁ ଜାରି ରହିଛି, ଯାହାକୁ ନେଇ ସୁନା ଓ ରୂପାର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ଅର୍ଥାତ୍ ଜୁଲାଇ 16 ତାରିଖରେ ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ପାଇଛି । ସେହିପରି ରୂପା ମୂଲ୍ୟ ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ଗତ କିଛି ଦିନ ହେବ ଭାରତରେ ସୁନା ଓ ରୂପା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି।

Gold Rate Today

ଆଜି ଭାରତରେ 22 କ୍ୟାରେଟ୍ ସୁନା ଗ୍ରାମ ପିଛା 6,749 ଏବଂ 24 କ୍ୟାରେଟ୍ ସୁନା ପାଇଁ 7,363 ଟଙ୍କା ରହିଛି । ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 73 ହଜାର 640 ଟଙ୍କା ହୋଇଥିବା ବେଳେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 67 ହଜାର 500 ଟଙ୍କା ରହିଛି । ଆଜି ରାଜ୍ୟରେ ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର 67,500 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା ଦର 73,640ରେ ପହଞ୍ଚିଛି ।

ସେହିପରି ନୂଆଦିଲ୍ଲୀରେ 22 କ୍ୟାରେଟ୍ ସୁନାର ଦର 67,650 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନାର ଦର 73,790 ଟଙ୍କା ରହିଛି, ମୁମ୍ବାଇରେ 22 କ୍ୟାରେଟ୍ ଓ 24 କ୍ୟାରେଟ୍ ମୂଲ୍ୟ 67,500 ଟଙ୍କା ଓ 73,640 ଟଙ୍କା ରହିଛି । ସେହିପରି ଚେନ୍ନାଇରେ 22 କ୍ୟାରେଟ୍ ମୂଲ୍ୟ 67,850 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 74,020 ଟଙ୍କା ଥିବା ନେଇ ରେକର୍ଡ କରାଯାଇଛି । କୋଲକତାରେ ଯଥାକ୍ରମେ 67,500 ଟଙ୍କା ଓ 73,640 ଟଙ୍କା ରହିଛି । ସେହିପରି ରୁପା ଦର କେଜି ପ୍ରତି 95,200 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+