Gold Rate Today: ପୁଣି ବୃଦ୍ଧି ପାଇଲା ସୁନା ଦର, ଜାଣନ୍ତୁ ଆଜିର ମୂଲ୍ୟ
Gold Rate Today: ଶୁକ୍ରବାର ଦିନ ସୁନା ମୂଲ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ଧରି କ୍ରମାଗତ ସୁନା ଦର ହ୍ରାସ ପାଇଥିବା ବେଳେ ସୁନା ହାର ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରାୟ 90,000 ଟଙ୍କାରେ ପହଞ୍ଚିଛି ସେହିପରି 22 କ୍ୟାରେଟ୍ ସୁନା ଦର 82 ହଜାର ଟଙ୍କାରେ ପହଞ୍ଚିଛି ।
27 ମାର୍ଚ୍ଚ ତୁଳନାରେ ଆଜି 28 ମାର୍ଚ୍ଚରେ ସୁନା 450 ଟଙ୍କା ମହଙ୍ଗା ହୋଇଛି । ଦେଶର ସମସ୍ତ ସହରରେ ପ୍ରତି 10 ଗ୍ରାମ 24 କ୍ୟାରେଟ୍ ସୁନା ଦର ୮୯ହଜାର ଟଙ୍କା ଉପରେ ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 82 ହଜାର ଟଙ୍କାରୁ ଅଧିକ ରହିଥିବା ନେଇ ରେକର୍ଡ କରାଯାଇଛି । ଆଜି ରୂପାର ମୂଲ୍ୟରେ ହ୍ରାସ ପାଇଛି । ବର୍ତ୍ତମାନ ଦେଶରେ ଏକ କିଲୋଗ୍ରାମ ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ 1,01,900 ଟଙ୍କା ରହିଛି ।
ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 89,990 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ ପ୍ରାୟ 82,500 ଟଙ୍କା ରହିଛି ।
ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 89,840 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 10 ଗ୍ରାମକୁ 82,350 ଟଙ୍କା ରହିଛି ।

କୋଲକାତାରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 82,350 ଟଙ୍କା 24 କ୍ୟାରେଟ୍ ସୁନା ଦର 10 ଗ୍ରାମକୁ 89,840 ଟଙ୍କା ରହିଛି ।
ଚେନ୍ନାଇରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 82,500 ଟଙ୍କା। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 89,990 ଟଙ୍କା ରହିଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications