କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ
Gold Rate Today: ଆଜି 08 ସେପ୍ଟେମ୍ବର ରବିବାର ଦିନ ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ପାଇଛି । ହେଲେ କିଛି ଖାସ୍ ପରିବର୍ତ୍ତନ ହୋଇନାହିଁ । ଦେଶର ପ୍ରାୟ ସମସ୍ତ ସହରରେ 24 କ୍ୟାରେଟ୍ 10 ଗ୍ରାମ ସୁନା ମୂଲ୍ୟ 73 ହଜାରରୁ ଅଧିକ ରହିଛି । ସେହିପରି 22 କ୍ୟାରେଟ୍ ସୁନା ଦର 66,500 ରୁ 67 ହଜାର ମଧ୍ୟରେ ରହିଛି ।
18 କ୍ୟାରେଟ୍ ସୁନା ମୂଲ୍ୟର ଖୁଚୁରା ମୂଲ୍ୟ 55 ରୁ 56 ହଜାର ଟଙ୍କା । ରୂପା ବର୍ତ୍ତମାନ କିଲୋଗ୍ରାମ ପ୍ରତି 84,500 ଟଙ୍କା ରହିଛି । ଗତ ଦୁଇ ଦିନ ମଧ୍ୟରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଥିଲା। ତେବେ ଆଗାମୀ ଦିନରେ ସୁନା ଓ ରୂପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଆସନ୍ତୁ ଜାଣିବା ଦେଶର ବଡ ସହରରେ ସୁନାର ମୂଲ୍ୟ କ'ଣ ରହିଛି ।

ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 73 ହଜାର 020 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 66,950 ଟଙ୍କା ରହିଛି ସେହିପରି ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 72,870 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 66,800 ଟଙ୍କା ରହିଛି । କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 66,800 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 72,870 ଟଙ୍କା ରହିଛି ।
ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 66,800 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରକି 72,870 ଟଙ୍କା ରହିଛି । ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 66,850 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 72,920 ଟଙ୍କା ରହିଛି । ଲକ୍ଷ୍ନୌ ରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ପ୍ରତି 66,950 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,020 ଟଙ୍କା ରହିଛି ।
ଆଜି ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପ୍ରତି 66,800 ଟଙ୍କାର ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 72,870 ଟଙ୍କା ରହିଛି ।












Click it and Unblock the Notifications