ବିବାହ ସିଜିନ୍ ପାଇଁ ମହଙ୍ଗା ହେଲା ସୁନା ଦର, ନଜର ପକାନ୍ତୁ ଆଜିର ମୂଲ୍ୟ ଉପରେ
Gold Price In India: ସୁନା ଓ ରୂପା ମୂଲ୍ୟରେ ପ୍ରତ୍ୟେକ ଦିନ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଜି ୨୮ ନଭେମ୍ବର ଗୁରୁବାର ଦିନ ସୁନା ଦର ବୃଦ୍ଧି ପାଇଛି । ଗତ ଏକ ସପ୍ତାହ ମଧ୍ୟରେ ସୁନା ଏବଂ ରୂପା ଦର କେବେ ବୃଦ୍ଧି ପାଇଥିଲା ତ କେବେ ହ୍ରାସ ପାଇଥିଲା । ନଭେମ୍ବର ୨୭ ତୁଳନାରେ ଆଜି ସୁନା ମୂଲ୍ୟ ୩ ଶହ ଟଙ୍କା ବୃଦ୍ଧି ପାଇଛି ।

ବିବାହ ଋତୁ ପାଇଁ ସୁନାର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଆଗକୁ ଆହୁରି ସୁନା, ରୂପା ଦର ବଢିବାର ସମ୍ଭାବନା ରହିଛି । ଦେଶର ସମସ୍ତ ସହରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୭ ହଜାରରୁ ଅଧିକ ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୭୧ ହଜାରରୁ ଅଧିକ ରହିଛି । ସେହିପରି ଆଜି ରୂପା ଦରରେ କୌଣସି ପରିବର୍ତ୍ତନ ଦେଖିବା ପାଇଁ ମିଳିନାହିଁ । ଏକ କିଲୋଗ୍ରାମ ରୂପା ମୂଲ୍ୟ ୮୯,୫୦୦ ଟଙ୍କା ରହିଛି ।
ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୭ ହଜାର ୬୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ପ୍ରାୟ ୭୧,୨୦୦ ଟଙ୍କା ରହିଛି । ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୭,୫୧୦ ଟଙ୍କା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧,୦୫୦ ଟଙ୍କା । କୋଲକାତାରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧,୦୫୦ ଟଙ୍କା ରହିଛି । ହାଇଦ୍ରାବାଦରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧,୦୫୦ ଟଙ୍କା ରହିଛି ।












Click it and Unblock the Notifications