ଆକାଶ ଛୁଆଁ ହେବ ସୁନା ଦର !
Gold Price In India: ବର୍ତ୍ତମାନ ଭାରତରେ ବିବାହ ଋତୁ ଆସିବା ପାଇଁ ଯାଉଛି । ଏହାରି ମଧ୍ୟରେ ସୁନା ଓ ରୂପା ବଜାରରେ ଚହଳ ସୃଷ୍ଟି ହେବାକୁ ଯାଉଛି । କିଛି ଦିନ ପୂର୍ବରୁ ସୁନା ମୂଲ୍ୟରେ କ୍ରମାଗତ ହ୍ରାସ ଘଟିଥିବାର ଦେଖିବା ପାଇଁ ମିଳିଥଲା। ଯାହାକୁ ନେଇ ବେଶ୍ ଖୁସ ଥିରେ ଗ୍ରାହକ । ହେଲେ ବର୍ତ୍ତମାନ ପୁଣି ଆକାଶ ଛୁଆଁ ହେବାକୁ ଯାଉଛି ସୁନା ଦର ।
ଗୋଲ୍ଡମ୍ୟାନ୍ ସାକ୍ସ କହିଛନ୍ତି ଯେ ଆସନ୍ତା ବର୍ଷ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ କ୍ରୟ ଏବଂ ଆମେରିକାର ସୁଧ ହାର ହ୍ରାସ ହେତୁ ସୁନା ଦର ବୃଦ୍ଧି ପାଇପାରେ । 2025ରେ ସୁନା ଦର ଖୁବ୍ ଅଧିକ ରହିବ । ଏହା ସମସ୍ତ ରେକର୍ଡ ବ୍ରେକ୍ କରିବ ।

ଡିସେମ୍ବର 2025 ସୁଦ୍ଧା ସୁନା ମୂଲ୍ୟ 3000 ଡଲାରରେ ଛୁଇଁ ପାରେ । ଏହା ପଛର ମୁଖ୍ୟ କାରଣ ହେଉଛି ସୁନା ପ୍ରତି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଆଗ୍ରହ ବୃଦ୍ଧି । ତେବେ, ଚଳିତ ବର୍ଷ ମଧ୍ୟ ସୁନା ଅଧିକ ଶସ୍ତା ହୋଇନଥିଲା । ତେବେ ଚଳିତ ବର୍ଷ ଧନତେରଶ ସମୟରେ ସୁନା ଦର ବୃଦ୍ଧି ପାଇଥିଲା ହେଲେ କିଛି ଦିନ ହେବ ସୁନା ଦର କମ୍ ରହିଛି ।












Click it and Unblock the Notifications