ନୂଆ ବର୍ଷ ଆରମ୍ଭ ସହ ବୃଦ୍ଧି ପାଇବାରେ ଲାଗି ସୁନା ଦର, ଜାଣନ୍ତୁ ଆଜିର ମୂଲ୍ୟ
Gold Price In Delhi: 2025 ବର୍ଷ ଆରମ୍ଭ ହୋଇଯାଇଛି, ଏହାସହ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । 3 ଜାନୁୟାରୀ 2025 ରେ ସୁନା ମୂଲ୍ୟ ବୃଦ୍ଧି ପାଇଛି । ଆଜି ସୁନାର ମୂଲ୍ୟ 330 ଟଙ୍କା ବୃଦ୍ଧି ପାଇଛି। 22 କ୍ୟାରେଟ୍ ସୁନା 300 ଟଙ୍କା ଏବଂ 24 କ୍ୟାରେଟ୍ ସୁନା 330 ଟଙ୍କା ବୃଦ୍ଧି ପାଇଛି । ଗତକାଲି ଅର୍ଥାତ୍ 2 ଜାନୁଆରୀରେ ମଧ୍ୟ ସୁନା ଦର ବୃଦ୍ଧି ପାଇଥିଲା ।
ଜାନୁଆରୀ 3 ତାରିଖରେ ଭାରତରେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 78 ହଜାର ଟଙ୍କା ଏବଂ 22 କ୍ୟାରେଟ୍ ସୁନା ଦର 71 ହଜାରରୁ ଅଧିକ ରହିଛି । ଗତ ବର୍ଷ ଯେଉଁମାନେ 2024 ରେ ବିନିଯୋଗ କରିଥିଲେ ସେମାନଙ୍କୁ ସୁନା 27 ପ୍ରତିଶତ ରିଟର୍ନ ଦେଇଛି । ସେହିପରି ଆଜି ଜାନୁଆରୀ 3 ତାରିଖରେ ରୂପା ମୂଲ୍ୟ ହ୍ରାସ ପାଇଛି । ଆଜି ଗୋଟିଏ କିଲୋଗ୍ରାମ ରୂପା ମୂଲ୍ୟ 90,500 ଟଙ୍କା ରହିଛି ।

3 ଜାନୁୟାରୀ 2025ରେ ଦିଲ୍ଲୀରେ 24 ଗ୍ରାମ ସୁନା ର 10 ଗ୍ରାମ ମୂଲ୍ୟ 78 ହଜାର 480 ଟଙ୍କା ରହିଛି ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରାୟ 10 ଗ୍ରାମ ପ୍ରତି 71,950 ଟଙ୍କା ରହିଛି । ମୁମ୍ବାଇରେ 24 କ୍ୟାରେଟ୍ ସୁନା ର 10 ଗ୍ରାମ ମୂଲ୍ୟ 78,330 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,800 ଟଙ୍କା ରହିଛି ।












Click it and Unblock the Notifications