୨୫ ମାର୍ଚ୍ଚ ୨୦୨୫ରେ ହ୍ରାସ ପାଇଲା ସୁନା ଦର
Gold Rate: ଗ୍ରାହକଙ୍କ ପାଇଁ ଖୁସି ଖବର ଶସ୍ତା ହେଲା ସୁନା । ୨୫ ମାର୍ଚ୍ଚ ୨୦୨୫ରେ ସୁନା ଦର ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୯,୭୦୦ ଟଙ୍କାରେ ପହଞ୍ଚିଛି ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ମଧ୍ୟ ୮୨,୧୦୦ ଟଙ୍କାରୁ ଅଧିକ ରହିଛି ।
ଦେଶର ବଡ଼ ସହରଗୁଡ଼ିକରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୯,୭୦୦ଟଙ୍କା ଉପରେ ରହିଥିବା ବେଳେ ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୧୦୦ ଟଙ୍କା ଉପରେ ରହିଛି। ସେହିପରି ରୂପା ମୂଲ୍ୟରେ ୨୫ ମାର୍ଚ୍ଚ ୨୦୨୫ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ମଙ୍ଗଳବାର ଦିନ ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି ୧,୦୦,୯୦୦ ଟଙ୍କା ରହିଛି।

ମଙ୍ଗଳବାର ଦିନ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୨୯୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୯,୭୬୦ ଟଙ୍କା ରହିଛି।
ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୧୪୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୯,୬୧୦ ଟଙ୍କା ରହିଛି ।
ଲକ୍ଷ୍ନୌରେ ୨୫ ମାର୍ଚ୍ଚ ୨୦୨୫ରେ ପ୍ରତି ୧୦ ଗ୍ରାମ ପାଇଁ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୦,୫୦୭ ଟଙ୍କା ଥିଲା। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୩,୧୫୦ ଟଙ୍କା ରହିଛି ।
ରାଜଧାନୀ ଦିଲ୍ଲୀରେ ୨୫ ମାର୍ଚ୍ଚ ୨୦୨୫ରେ ୧୦ ଗ୍ରାମ ପାଇଁ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୨୯୦ ଟଙ୍କା ରହିଛି ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୧,୮୫୦ ଟଙ୍କା ରହିଛି ।












Click it and Unblock the Notifications