Gold Rate: ଧନତେରଶ ପୂର୍ବରୁ କମିଲା ସୁନା ଦର
Gold Rate In India: ଭାରତରେ ସୁନା ଓ ରୂପା ମୂଲ୍ୟ ସର୍ବଦା ଅଧିକ ରହିଛି, କିନ୍ତୁ ଧନତେରସ ପୂର୍ବରୁ ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ପାଇଛି । ଅକ୍ଟୋବର 28 ସୋମବାର ଦିନ ସୁନା 200 ଟଙ୍କା ହ୍ରାସ ପାଇଛି ହେଲେ ଦର କିଣା ମୂଲ୍ୟ ଉପରେ କିଛି ଖାସ୍ ପ୍ରଭାବ ପକାଇବ ନାହିଁ ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ରେକର୍ଡ ଭାଙ୍ଗୁଛି । ଦେଶର ପ୍ରାୟ ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 80 ହଜାରରୁ ଅଧିକ ରହିଛି । ଅଳଙ୍କାର କିଣୁଥିବା ଲୋକଙ୍କ ପାଇଁ 22 କ୍ୟାରେଟ୍ ସୁନା ମୂଲ୍ୟ 73 ହଜାରରୁ ଅଧିକ ରହିଛି ।
ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ ସୁନା ମୂଲ୍ୟ 80 ହଜାର 430 ଟଙ୍କା ରହିଛି ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,740 ଟଙ୍କା ରହିଛି ।
ମୁମ୍ବାଇ ସୁନା ଦର: ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 80,280 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,590 ଟଙ୍କା ।
କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,410 ଟଙ୍କା , 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 80,280 ଟଙ୍କା ।
ସୁନା ମୂଲ୍ୟ ଚେନ୍ନାଇ: ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,590 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମକୁ 80,280 ଟଙ୍କା ରହିଛି ।












Click it and Unblock the Notifications