Gold Rate: ବଢୁଛି ସୁନା ଦର, ଖୁବ ଶୀଘ୍ର ୯୦ ହଜାର ଛୁଇଁବ ସୁନା ଦର !
Gold Rate: କିଛି ଦିନ ଶସ୍ତା ହେବା ପରେ ପୁଣି ବୃଦ୍ଧି ପାଇଛି ସୁନା ଦର । ୧୫ ମାର୍ଚ୍ଚ ଶନିବାର ଦିନ ସୁନା ରୂପା ଦରରେ ପରିବର୍ତ୍ତନ ହୋଇଛି । ଗତ ଗୋଟିଏ ସପ୍ତାହ ମଧ୍ୟରେ ସୁନା ମୂଲ୍ୟ ୧୦୦୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦୯୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦୦୦ ଟଙ୍କା ବୃଦ୍ଧି ପାଇଛି। ଖୁବ୍ ଶୀଘ୍ର ସୁନା ଦର ୯୦ ହଜାର ଅତିକ୍ରମ କରବାର ସମ୍ଭାବନା ରହିଛି ।
ବର୍ତ୍ତମାନ ଦେଶର ସମସ୍ତ ସହରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରାୟ ୮୯,୯୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୮୨, ୪୦୦ ଟଙ୍କା ରହିଛି ।
ସେହିପରି ରୂପା ଦର ମଧ୍ୟ ବୃଦ୍ଧି ପାଇଛି । ଏକ କିଲୋଗ୍ରାମ ରୂପା ମୂଲ୍ୟ ୧,୦୩,୧୦୦ ଟଙ୍କା ରହିଛି ।
ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୭,୭୩୦ ଟଙ୍କା। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୮୧,୩୫୦ ଟଙ୍କା ରହିଛି ।
ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୮,୫୮୦ ଟଙ୍କା ରହିଛି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୧,୨୦୦ ଟଙ୍କା।

କୋଲକାତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୮୧,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୮୮,୫୮୦ ଟଙ୍କା।
ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୮୧,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୮,୫୮୦ ଟଙ୍କା ରହିଛି ।
ଅହମ୍ମଦାବାଦରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୧,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୮,୬୩୦ ଟଙ୍କା।












Click it and Unblock the Notifications