କମିବାରେ ଲାଗିଛି ସୁନା ଦର, ଜାଣନ୍ତୁ ଆଜି ମୂଲ୍ୟ
Gold Rate: ଅକ୍ଷୟ ତୃତୀୟା ପରଠାରୁ ସୁନା ଏବଂ ରୂପାର ମୂଲ୍ୟରେ ପରିବର୍ତ୍ତନ ଜାରି ରହିଛି। ଆଜି ମେ'୩ ତାରିଖରେ ସୁନା ଦର ହ୍ରାସ ପାଇଛି। ରୂପାର ମୂଲ୍ୟ ସମାନ ସ୍ତରରେ ରହିଛି। ଦେଶର ସମସ୍ତ ପ୍ରମୁଖ ସହରରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୭,୬୯୦ ଟଙ୍କା ରହିଛି । ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୯୫,୫୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୭୧,୭୫୦ ଟଙ୍କା ରହିଛି ।

ଦିଲ୍ଲୀରେ ଆଜି ୨୨ କ୍ୟାରେଟ୍ ୧ ଗ୍ରାମ ସୁନା ଦର ୮,୭୬୯ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ୍ ୧ ଗ୍ରାମ ସୁନା ଦର ୯,୫୬୫ ଟଙ୍କା ରହିଛି ।












Click it and Unblock the Notifications