ଦୀପାବଳି ପାଇଁ ୮୧ ହଜାର ଛୁଇଁଲା ସୁନା ଦର
Gold Price In India: ଦୀପାବଳି ପାଇଁ ସାରା ଦେଶରେ ସୁନା-ରୂପା ମୂଲ୍ୟ ସର୍ବାଧିକ ରହିଛି । 31 ଅକ୍ଟୋବରରେ ସୁନା 81 ହଜାର ଟଙ୍କା ଅତିକ୍ରମ କରିଛି । 24 କ୍ୟାରେଟ୍ ସୁନା ଦଶ ଗ୍ରାମ ପ୍ରତି 81 ହଜାରରୁ ଅଧିକ ରହିଛି । ସେହିପରି ଦେଶରେ ରୂପା ଦର ମଧ୍ୟ 1 ଲକ୍ଷ ଟଙ୍କା ଅତିକ୍ରମ କରିଛି।
ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ରେକର୍ଡ ବ୍ରେକ୍ କରିଛି । ଦେଶର ପ୍ରାୟ ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 81 ହଜାରରୁ ଅଧିକ ରହିଛି । ଅଳଙ୍କାର କ୍ରେତାମାନଙ୍କ ପାଇଁ 22 କ୍ୟାରେଟ୍ ସୁନା ହାର 74 ହଜାରରୁ ଅଧିକ ରହିଛି । ରୂପା ହେଉଛି କିଲୋଗ୍ରାମ ପ୍ରତି ଏକ ଲକ୍ଷ ଟଙ୍କା । ରୂପା ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ଶିଳ୍ପ ଚାହିଦା ।

ଦିଲ୍ଲୀ ସୁନା ଦର: ଦେଶର ରାଜଧାନୀ ଦିଲ୍ଲୀରେ ଆଜି 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 81 ହଜାର 320 ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 74,560 ଟଙ୍କା ରହିଛି ।
ମୁମ୍ବାଇ ସୁନା ଦର: ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 81,170 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 74,410 ଟଙ୍କା ।
କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମକୁ 74,410 ଟଙ୍କା ଓ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 81,170 ଟଙ୍କା ।
ଚେନ୍ନାଇ ସୁନା ଦର: ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 74,410 ଟଙ୍କା ଓ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 81,170 ଟଙ୍କା ରହିଛି ।
ଅହମ୍ମଦାବାଦ ସୁନା ଦର: ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 74,460 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମକୁ 81,220 ଟଙ୍କା ରହିଛି ।
ଭୁବନେଶ୍ବର ସୁନା ଦର: ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ୨୨ କ୍ୟାରେଟ୍ ସୁନାର 10 ଗ୍ରାମ୍ ରେଟ୍ 74,550 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ର ଦାମ୍ 81,330 ଟଙ୍କା ରହିଛି ।












Click it and Unblock the Notifications