ନବରାତ୍ରୀରେ ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ମୂଲ୍ୟ
Gold Price: ନବରାତ୍ରୀ ଆରମ୍ଭ ହେବା ସହ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି, ଅକ୍ଟୋବର 4, 2024 ରେ ସୁନା ଦର ବୃଦ୍ଧି ପାଇଛି । ଆଜି 22 କ୍ୟାରେଟ୍ ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଥିବା ନେଇ ରେକର୍ଡ କରାଯାଇଛି । ଦେଶର ପ୍ରାୟ ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 77 ହଜାର 500 ରୁ ଅଧିକ ରହିଛି ସେହିପରି 22 କ୍ୟାରେଟ୍ 10 ଗ୍ରାମ ସୁନା ହାର 71,000 ଟଙ୍କା ଅତିକ୍ରମ କରିଛି। ବର୍ତ୍ତମାନ ରୂପା କିଲୋଗ୍ରାମରେ 95,000 ଟଙ୍କା ରହିଛି।
ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 77 ହଜାର 710 ଟଙ୍କା, 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 71,250 ଟଙ୍କା ।
ମୁମ୍ବାଇ ସୁନା ଦର: ମୁମ୍ବାଇରେ 24 କ୍ୟାରେଟ୍ ସୁନା ର 10 ଗ୍ରାମ ମୂଲ୍ୟ 77,560 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,110 ଟଙ୍କା ।
କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,010 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,460 ଟଙ୍କା ।
ଚେନ୍ନାଇ: ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,110 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 77,560 ଟଙ୍କା ରହିଛି ।

ହାଇଦ୍ରାବାଦ: ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,110 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 77,560 ଟଙ୍କା ରେକର୍ଡ କରାଯାଇଛି ।
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,110 ଟଙ୍କା ଏବଂ24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 77,560 ଟଙ୍କା ରହିଛି ।
ଭୁବନେଶ୍ୱରରେ: 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,10ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,560 ଟଙ୍କା ରହିଛି।












Click it and Unblock the Notifications