Gold Price: ସୁନା, ରୂପା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜିର ମୂଲ୍ୟ ଉପରେ
Gold Price Today: ମୌସୁମୀ ସମୟରେ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ଦିନ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବା ପାଇଁ ମିଳିଛି । ଆଜି ଭାରତରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୩୯୦ ଟଙ୍କା ରହିଛି ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୬୬ ହଜାର ୩୬୦ ଟଙ୍କା ରହିଛି ।
ଆପଣ ସହଜରେ ସୁନାର ମୂଲ୍ୟ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଏକ ମିସ୍ କଲ୍ କରିବାକୁ ପଡିବ। 8955664433 ରେ ଏକ ମିସ୍ କଲ୍ ଦେଇ ଆପଣ 22 କ୍ୟାରେଟ୍ ସୁନା ଏବଂ 18 କ୍ୟାରେଟ୍ ସୁନା ହାର ଜାଣିପାରିବେ । କଲ କରିବା ମାତ୍ରେ ଆପଣ ଏକ SMS ପାଇବ, ଯେଉଁଥିରେ ସୁନା ହାର ବିଷୟରେ ସମ୍ପୁର୍ଣ୍ଣ ସୂଚନା ମିଳିପାରିବ ।

ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୬୬,୩୬୦ ଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦର ୭୨,୩୯୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ଦର ୬୬,୩୯୦ ଟଙ୍କାର ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୨,୩୯୦ ଟଙ୍କାର ରେକର୍ଡ କରାଯାଇଛି ।
ସେହିପରି ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୬,୫୦୦ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦର ୭୨,୫୩୦ ଟଙ୍କା ରହିଛି । ଚେନ୍ବାଇରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୬୬,୫୦୦ ଟଙ୍କାର ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୨,୫୩୦ ଟଙ୍କାର ରେକର୍ଡ କରାଯାଇଛି । ସେହିପରି ରୂପା ଦର କେଜି ପ୍ରତି ୯୧,୧୦୦ ଟଙ୍କା ରହିଛି ।












Click it and Unblock the Notifications