ରେକର୍ଡ ଭାଙ୍ଗିଲା ସୁନା ଦର: ୭୦ ହଜାର ଟଙ୍କା ପାର୍
Gold Price: ରେକର୍ଡ ଭାଙ୍ଗିଲା ସୁନା ଦର । ଗତକାଲି ତୁଳନାରେ ଆଜି ପୁଣି ଦର ବୃଦ୍ଧି ପାଇଛି । ଏମସିଏସ୍କର ଫ୍ୟୁଚର ବଜାରରେ ସୁନା ମୂଲ୍ୟ ୭୦ ହଜାର ପାର୍ କରଛି । ଓଡ଼ିଶା ବଜାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୦, ୪୭୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନାକ ଦାମ୍ ୧୦ ଗ୍ରାମକୁ ୬୪ ହଜାର ୬୦୦ ହୋଇଛି । ଭାରତରେ ବିବାହ ଋତୁ ଆସିବାକୁ ଯାଉଛି ଯେଉଁଥି ପାଇଁ ସୁନାର ଚାହିଦା ମଧ୍ୟ ବଢିବାରେ ଲାଗିଛି । ଚଳିତ ବର୍ଷ ଫେବ୍ରୁଆରୀରୁ ସୁନାର ଦର ବଢିବାରେ ଲାଗିଛି ।

ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ସୁନା ଦର ବୃଦ୍ଧି ପାଇଛି । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୬୪୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୦୬୨୦ ଟଙ୍କାର ରହିଛି । ସେହିପରି ଚେନ୍ନାଇରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ଯଥାକ୍ରମେ ୬୫୪୫୦ ଟଙ୍କାର ରହିଥିବା ବେଳେ ୨୪ କ୍ୟାରେଟ୍ ସୁମା ମୂଲ୍ୟ ୭୧୪୦୦ ଟଙ୍କାର ରେକର୍ଡ କରାଯାଇଥିଲା ।
କୋଲକତାରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୬୪୬୦୦ ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୦୪୭୦ ଟଙ୍କାର ରହିଛି । ସେହିପିର ବେଙ୍ଗାଲୁରୁରେ ମଧ୍ୟ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୬୪୬୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦର ୭୦ ହଜାର ୪୭୦ ଟଙ୍କା ରହିଛି ।












Click it and Unblock the Notifications