କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ୨୪ କ୍ୟାରେଟ୍ ସୁମ ମୂଲ୍ୟ
Gold Price In India: ଆଜି ସୁନା କିଣିବାର ଭଲ ମୌକ ରହିଛି କାରଣ ସୁନା ଦର ହ୍ରାସ ପାଇଛି । ସୋମବାର 16 ଡିସେମ୍ବରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ତେବେ ଗତ ତିନି ଦିନ ଧରି ସୁନା ଦର ହ୍ରାସ ପାଇବାରେ ଲାଗିଛି।
ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 78,000 ରୁ ଅଧିକ ରହିଥିବା ବେଳେ 22 କ୍ୟାରେଟ୍ ସୁନା ଦର 71 ହଜାରରୁ ଅଧିକ ରହିଛି । ବଜାର ବିଶେଷଜ୍ଞଙ୍କ ଅନୁଯାୟୀ ଆସନ୍ତା ଦିନରେ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇବ। କାରଣ ଆଗକୁ ରହିଛି ବିବାହ ଋତୁ । ଆଜି 16 ଡିସେମ୍ବରରେ ରୂପା ମୂଲ୍ୟ କୌଣସି ପରିବର୍ତ୍ତନ ଦେଖା ଦେଇ ନାହିଁ । ଆଜି ରୂପା ହାର 95,500 ଟଙ୍କା ରହିଛି । ଆସନ୍ତୁ ଜାଣିବା ଦେଶର ବଡ ସହରରେ 22 କ୍ୟାରେଟ୍ ଏବଂ 24 କ୍ୟାରେଟ୍ ସୁନା ହାର କ'ଣ ।

ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 78 ହଜାର 030 ଟଙ୍କା ଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 71,540 ଟଙ୍କା ଥିବା ବେଳେ ମୁମ୍ବାଇରେ 24 କ୍ୟାରେଟ୍ ସୁନା ର 10 ଗ୍ରାମ ମୂଲ୍ୟ 77,880 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,390 ଟଙ୍କା ରହିଛି । କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,390 ଟଙ୍କା ଓ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,880 ଟଙ୍କା ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,390 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,880 ଟଙ୍କା ରହିଛି ।












Click it and Unblock the Notifications