Gold Rate Today In India: କମିଲା ସୁନା-ରୁପା ଦର: ଜାଣନ୍ତୁ ଆଜିର ମୂଲ୍ୟ
Gold Price: ଗ୍ରାହକଙ୍କ ପାଇଁ ଖୁସି ଖବର । କମିଲା ସୁନା, ରୂପା ଦର । ଆଜି ବି ଫ୍ୟୁଚର ବଜାରରେ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି ଯଥା MCX ଏବଂ ଏହା 180 ଟଙ୍କା ଶସ୍ତା ହୋଇ ପ୍ରାୟ 70,800 ଟଙ୍କାରେ ପହଞ୍ଚିଛି। ଏହା ବ୍ୟତୀତ ରୂପା ମୂଲ୍ୟ ମଧ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ଆଜି ଏହା MCX ରେ 300 ଟଙ୍କା ଶସ୍ତା ହୋଇ 80,260 ଟଙ୍କାରେ ପହଞ୍ଚିଛି।
ଗତ କିଛି ଦିନ ମଧ୍ୟରେ ଫ୍ୟୁଚର ବଜାରରେ ସୁନା ମୂଲ୍ୟ କ୍ରମାଗତ ଭାବେ କମିବାରେ ଲାଗିଥିଲା । ଆଜି ଅର୍ଥାତ୍ ଏପ୍ରିଲ 25 ତାରିଖ, ଗୁରୁବାର ଦିନ ସୁନା 180 ଟଙ୍କା ଶସ୍ତା ହୋଇ 10 ଗ୍ରାମ ପିଛା 70,870 ଟଙ୍କା ମୂଲ୍ୟରେ ପହଞ୍ଚିଛି। ବୁଧବାର ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,050 ଟଙ୍କା ଥିଲା ।

ସୁନା ବ୍ୟତୀତ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଫ୍ୟୁଚର ମାର୍କେଟରେ ଯଥା MCX, ରୂପା ଗୁରୁବାର ଦିନ 272 ଟଙ୍କା ଶସ୍ତା ଥିବା ନେଇ ଦେଖିବା ପାଇଁ ମିଳିଥିଲା । ରୂପା କିଲୋଗ୍ରାମ ପିଛା 80,225 ଟଙ୍କାରେ ପହଞ୍ଚିଛି । ବୁଧବାର ଦିନ ରୂପା କିଲୋଗ୍ରାମରେ 80,497 ଟଙ୍କା ଥିଲା । ଚଳିତ ସପ୍ତାହରେ ସୁନା ସହିତ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି ।
ଜାଣନ୍ତୁ କେଉଁ ସହରରେ କେତେ ରହିଛି ସୁନା-ରୂପା ମୂଲ୍ୟ
- ଦେଶର ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 72,420 ଟଙ୍କା ଏବଂ ରୂପା କିଲୋଗ୍ରାମରେ 82,500 ଟଙ୍କା ରହିଛି ।କୋଲକାତାରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 72,270 ଟଙ୍କା ଏବଂ ରୂପା କିଲୋଗ୍ରାମରେ 82,500 ଟଙ୍କା ।
- ଚେନ୍ନାଇରେ 24 କ୍ୟାରେଟ ସୁନା 10 ଗ୍ରାମ ପିଛା 73,200 ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ 86,000 ଟଙ୍କା ।
- ମୁମ୍ବାଇରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 72,270 ଟଙ୍କା ଏବଂ ରୂପା କିଲୋଗ୍ରାମରେ 82,500 ଟଙ୍କା ରହିଛି ।
- ପୁଣେରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 72,270 ଟଙ୍କା ଏବଂ ରୂପା କିଲୋଗ୍ରାମରେ 82,500 ଟଙ୍କା ରହିଛି ।
- ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ 72,270 ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପିଛା 66,600 ରହିଛି ।
ଘରୋଇ ବଜାରରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇବା ଦ୍ୱାରା ଗ୍ରାହକ ମଧ୍ୟ ବେଶ୍ ଖୁସ ଅଛନ୍ତି । ଗତ କିଛି ଦିନ ହେବ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ପାଇ ରେକର୍ଡ ବ୍ରେକ୍ କରିଥିଲା । ତେବେ ଆଗକୁ ଅକ୍ଷୟ ତୃତୀୟ ରହିଥିବା ବେଳେ ଏବେ ସୁନା ଦର ହ୍ରାସ ପାଉଥିବାରୁ ଆଶା କରାଯାଉଛି ଯେ, ଚଳିତ ଥର ସୁନା ବଜାରରେ ଭଲ ବ୍ୟବସାୟ ହେବ । ଏହି ବର୍ଷ ଅକ୍ଷୟ ତୃତୀୟ ମେ' 10 ତାରିଖରେ ପାଳନ କରାଯିବ ।












Click it and Unblock the Notifications