Gold Price Today: ଜାଣନ୍ତୁ ଆପଣଙ୍କ ସହରର ସୁନା ଦର
Gold Price Today: ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟ ୬୦,୯୪୦ଟଙ୍କାର ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୬୬,୪୭୦ଟଙ୍କାର ରହିଛି । ଅନ୍ୟପକ୍ଷରେ ଆଜି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୦,୯୪୦ ଟଙ୍କା ଥିବା ବେଳେ, ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୬,୪୭୦ ଟଙ୍କାର ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୬୧,୮୦୦ଟଙ୍କା ରହିଥିବା ବେଳେ ୬୭,୪୨୦ ଟଙ୍କା ରହିଛି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ।
ସେହିପରି ସିଲଭର ସିଟ୍ କଟକରେ ମଧ୍ୟ ଆଜି ସୁନାର ଦର ବୃଦ୍ଧି ଦେଖିବା ପାଇଁ ମିଳିଛି, ୨୨ କ୍ୟାରେଟ୍ ସୁମା ଦାମ ୧୦ ଗ୍ରାମକୁ ୬୧,୮୦୦ ଟଙ୍କାର ରହିଛି । ରୂପା ମୂଲ୍ୟ ୧୦ ଗ୍ରାମକୁ ୮, ୧୫୦ ଏବଂ ୧ କେଜିକୁ ,୮୧, ୫୦୦ ଟଙ୍କାର ରହିଛି ।

ଅନ୍ୟପକ୍ଷରେ ମୁମ୍ବାଇରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖାଦେଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୦,୭୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୬,୩୨୦ ଟଙ୍କା ରହିଛି । ସେହିପରି ଆଗ୍ରାରେ ୨୨ କ୍ୟାରେଟ ସୁନାକ ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦,୯୪୦ ଟଙ୍କାର ରହିଛି ।
ସେହିପରି ଗୁରୁଗ୍ରାମରେ ସୁନାର ମୂଲ୍ୟ କମିଥିବା ନେଇ ଦେଖିବା ପାଇଁ ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା, ହେଲା ଯଦି ଆପଣ ସୁନାର ଶୁଦ୍ଧତା ଜାଣିବା ପାଇଁ ଯାଉଛନ୍ତି ତେବେ 'BIS Care App'ରେ ଯାଞ୍ଚ କରିପାରିବେ ।












Click it and Unblock the Notifications