Gold Price In Odia: ଅଗଷ୍ଟ ୨ରେ ବଢିଲା ସୁନା, ରୂପା ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର
Gold Price In Odia: ଅଗଷ୍ଟ ମାସରେ ପୁଣି ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି । ଅଗଷ୍ଟ ୨ ତାରିଖ ଶୁକ୍ରବାର ଦିନ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି। ସୁନା 500 ଟଙ୍କା ମହଙ୍ଗା ହୋଇଥିବାବେଳେ ରୂପା ମୂଲ୍ୟରେ 1100ରୁ ଅଧିକ ବୃଦ୍ଧି ପାଇଛି । ଯଦି ଆପଣ ସୁନା ଓ ରୂପା କିଣିବାକୁ ଚାହୁଁଛନ୍ତି ତେବେ ଚାଲନ୍ତୁ ଜାଣିବା ଆଜିର ମୂଲ୍ୟ ।
ଅଗଷ୍ଟ 2 ତାରିଖରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ବୃଦ୍ଧି ପାଇଛି । ଗୁରୁବାର ତୁଳନାରେ ଆଜି ସୁନା 517 ଟଙ୍କା ବଢିଛି । ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 70,471 ଟଙ୍କା ଥିବା ବେଳେ 22 କ୍ୟାରେଟ୍ ସୁନା 10 ଗ୍ରାମ ପଛା 66 ହଜାର ରହିଛି ।

ସୁନା ବ୍ୟତୀତ ଶୁକ୍ରବାର ଦିନ ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ରୂପା ଫ୍ୟୁଚର ବଜାରରେ ଗୁରୁବାର ତୁଳନାରେ 1135 ଟଙ୍କା ବୃଦ୍ଧି ସହ କିଲୋଗ୍ରାମ ପିଛା 83,729 ଟଙ୍କା ପହଞ୍ଚିଛି। ଅଗଷ୍ଟ 1 ରେ ରୂପା 82,594 ଟଙ୍କା ଥିଲା ।
ଦିଲ୍ଲୀରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 70,840 ଟଙ୍କା ଏବଂ ରୂପା କିଲୋଗ୍ରାମରେ 86,500 ଟଙ୍କାରେ ବିକ୍ରି ହେଉଥିବା ବେଳେ । ଚେନ୍ନାଇରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 70,470 ଟଙ୍କାରେ ପହଞ୍ଚିଛି । ରୂପା କିଲୋଗ୍ରାମରେ 91,000 ଟଙ୍କାରେ ବିକ୍ରି ହେଉଛି । ପୁଣେରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 70,690 ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ 87,200 ଟଙ୍କାରେ ବିକ୍ରି ହେଉଥିବା ବେଳେ ନୋଏଡାଠାରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 70,840 ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ 86,500 ଟଙ୍କାରେ ବିକ୍ରି ହେଉଛି ।
ମୁମ୍ବାଇରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 70,840 ଟଙ୍କା ଏବଂ ରୂପା କିଲୋଗ୍ରାମରେ 86,500 ଟଙ୍କାରେ ବିକ୍ରି ହେଉଛି । କୋଲକାତାରେ 24 କ୍ୟାରେଟ ସୁନା 10 ଗ୍ରାମ ପିଛା 70,690 ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ 86,500 ଟଙ୍କାରେ ବିକ୍ରି ହେଉଛି । ଗୁରୁଗ୍ରାମରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 70,840 ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ 86,500 ଟଙ୍କାରେ ବିକ୍ରି ହେଉଛି ।












Click it and Unblock the Notifications