ଉପରମୁହାଁ ସୁନା ଦର: ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ଟପିଲା ୬୦ ହଜାର

Gold Price At Record High: ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ସୁନାର ମୂଲ୍ୟ ସର୍ବୋଚ ସ୍ତରରେ ପହଞ୍ଚିଛି । ସୁନାର ଏଭଳି ଦରବୃଦ୍ଧି ଜାରି ରହିଲେ ଖୁବଶୀଘ୍ର ସୁନା ମୂଲ୍ୟ 70 ହଜାର ଛୁଇଁବ ହୋଲି ଆଶଙ୍କାର କରାଯାଉଛି । ସୁନା ମୂଲ୍ୟ 10 ଗ୍ରାମ ପିଛା 67,000 ଟଙ୍କା ଅତିକ୍ରମ କରିଛି। ଅନ୍ତର୍ଜାତୀୟ ବଜାରରେ ସୁନା ରେକର୍ଡ ଉଚ୍ଚରେ ପହଞ୍ଚିଛି। ଆନ୍ତର୍ଜାତୀୟ ବଜାରରେ ସୁନା ଐତିହାସିକ ଉଚ୍ଚରେ 2172 ଡଲାରରେ କାରବାର କରୁଛି, ସେଥିପାଇଁ ଘରୋଇ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି ।

Gold Price At Record

ଗତ 18 ଦିନ ମଧ୍ୟରେ ସୁନା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି । ଫେବୃଆରୀ 2024ର ଚତୁର୍ଥ ସପ୍ତାହରେ ସୁନା ପ୍ରାୟ 62,000 ଟଙ୍କା କାରବାର କରିଥିଲା। ବଜାରରେ ସୁନା ମୂଲ୍ୟ 10 ଗ୍ରାମ ପିଛା 5000 ଟଙ୍କା ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଏହାର ମୂଲ୍ୟ 67,000 ରୁ ଅଧିକ ହୋଇଛି। ଚେନ୍ନାଇରେ ସୁନା ମୂଲ୍ୟ 67,000 ରୁ ଅଧିକ ହୋଇଥିବାବେଳେ ଦିଲ୍ଲୀରେ 10 ଗ୍ରାମ ପିଛା ମୂଲ୍ୟ 66410 ଟଙ୍କା ରହିଛି।

କେନ୍ଦ୍ରୀୟ ବ୍ୟାଙ୍କଗୁଡିକ କ୍ରୟ ଯୋଗୁଁ ସୁନା ଚାହିଦା ବୃଦ୍ଧି ପାଉଛି । ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ସୁଧ ହାର ହ୍ରାସ କରିପାରେ, ଯାହା ଏହା ପୂର୍ବରୁ ସୂଚିତ କରିସାରିଛି। ସୁଧ ହାର ହ୍ରାସ ହେତୁ ଡଲାର ଶସ୍ତା ହେବା ସହ ସୁନା ମୂଲ୍ୟ ବୃଦ୍ଧି ପାଇବ । ତେଣୁ ବର୍ତ୍ତମାନ ସୁନା ଦର ବୃଦ୍ଧି ପାଇବେରେ ଲାଗିଛି ।

ଫେଡେରାଲ ରିଜର୍ଭ ବ୍ୟାଙ୍କର ଚେୟାରମ୍ୟାନ୍ ଜେରୋମ ପାୱେଲ ଗତ ସପ୍ତାହରେ ପୁନର୍ବାର ସୂଚାଇ ଦେଇଛନ୍ତି ଯେ ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଚଳିତ ବର୍ଷ ସୁଧ ହାର ହ୍ରାସ କରିପାରେ। ସେ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କର ଉଦ୍ଦେଶ୍ୟ ହେଉଛି ଅଧିକ ନିଯୁକ୍ତି ସୃଷ୍ଟି କରିବା ଏବଂ ଆମେରିକୀୟ ନାଗରିକଙ୍କ ମୂଲ୍ୟରେ ସ୍ଥିରତା ଆଣିବା ଯାହା ଦ୍ୱାରା ଲୋକମାନେ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+