ଦୀପାବଳି ପୂର୍ବରୁ ୮୦ ହଜାର ଛୁଇଁବ ସୁନା ଦର !
Gold Rate In India: ଦେଶରେ ସୁନା ଓ ରୂପା ଦର ବୃଦ୍ଧି ପାଇବାରେ ଲାଗିଛି। ଗତ ଏକ ସପ୍ତାହ ମଧ୍ୟରେ ସୁନା ମୂଲ୍ୟ 1700 ରୁ ଅଧିକ ବୃଦ୍ଧି ପାଇଛି। ଅକ୍ଟୋବର 21 ସୋମବାର ଦିନ ସୁନା ମୂଲ୍ୟରେ କିଛି ଖାସ୍ ପରିବର୍ତ୍ତନ ହୋଇ ନଥିଲା । ବର୍ତ୍ତମାନ ସୁନା ସମସ୍ତ ରେକର୍ଡ ବ୍ରେକ୍ କରିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ରେକର୍ଡ ଭାଙ୍ଗୁଛି ।

ଦେଶର ପ୍ରାୟ ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ ପ୍ରାୟ 80 ହଜାର ଟଙ୍କାରେ ପହଞ୍ଚିଛି। 10 ଗ୍ରାମ ପ୍ରତି 24 କ୍ୟାରେଟ୍ ସୁନା ମୂଲ୍ୟ 79,500 ଟଙ୍କା ଅତିକ୍ରମ କରିଛି । ଯଦି 22 କ୍ୟାରେଟ୍ ସୁନା ହାର ବିଷୟରେ କହିବା, ତେବେ ଏହାର ମୂଲ୍ୟ 72 ହଜାର ଟଙ୍କା ଅତିକ୍ରମ କରିଛି । କେତେକ ସହରରେ ଏହା 73 ହଜାର ଟଙ୍କା ହେବାକୁ ଯାଉଛି। ଯେତେବେଳେ କି 18 କ୍ୟାରେଟ୍ ସୁନା ହାର 10 ଗ୍ରାମ ପିଛା 59 ହଜାର ଟଙ୍କା ରହିଛି । ସେହିପରି ଆଜି ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ରୂପା କିଲୋଗ୍ରାମରେ 99,400 ଟଙ୍କା ରହିଛି।
ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 79 ହଜାର 560 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 72,920 ଟଙ୍କା ରହିଛି ।
ମୁମ୍ବାଇରେ ସୁନା ଦର: ମୁମ୍ବାଇରେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 79,410 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପାଇଁ 72,790 ଟଙ୍କା ।
କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 72,790 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 79,410 ଟଙ୍କା ରହିଛି ।
ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 72,790 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 79,410 ଟଙ୍କା ରହିଛି ।
ଭୁବନେଶ୍ୱରରେ ସୁନା ଦର: ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 72,800 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 79,420 ରହିଛି ।












Click it and Unblock the Notifications