୮୭ ହଜାର ପାର କଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଆଜିର Gold Price
Gold Price Today: ଆଜି ମଙ୍ଗଳବାର ଅର୍ଥାତ୍ ୧୧ ଫେବୃଆରୀ ୨୦୨୫ ରେ ସୁନା ଏବଂ ରୂପାର ମୂଲ୍ୟରେ ପୁଣି ପରିବର୍ତ୍ତନ ଦେଖିବା ପାଇଁ ମିଳିଛି । ସୁନା ମୂଲ୍ୟରେ ବଡ଼ ବୃଦ୍ଧି ଘଟିଛି। ଦିଲ୍ଲୀ ସମେତ ଅନେକ ସହରରେ ସୁନାର ମୂଲ୍ୟ ୮୭ ହଜାର ଟଙ୍କା ଅତିକ୍ରମ କରିଛି। ହେଲେ ଆଜି ରୂପା ମୂଲ୍ୟ ସ୍ଥିର ରହିଛି।

ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୭,୨୨୦ ଟଙ୍କା ରହିଛି ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୯,୯୬୦ ଟଙ୍କା ରହିଛି । ସେହିପରି ରୂପା ଦର କିଲୋ ୯୯,୪୦୦ ଟଙ୍କାରେ ଚାଲିଛି। ତେବେ ଆସନ୍ତୁ ଜାଣିବା ଏହି ବିବାହ ଋତୁରେ ଆଜି ଆପଣଙ୍କ ସହରରେ ସୁନା ମୂଲ୍ୟ କେତେ ରହିଛି ।
ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୭,୨୨୦ ଟଙ୍କା ରହିଛି ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୯,୯୬୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୭,୦୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୯,୮୧୦ ଟଙ୍କା ରହିଛି ସେହିପରି କୋଲକାତାରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୭୯,୮୧୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୭,୦୭୦ ଟଙ୍କା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୯,୮୦୦ ଟଙ୍କା ରହିଛି ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୮୭,୦୬୦ ଟଙ୍କା ରହିଛି ।












Click it and Unblock the Notifications