ମହଙ୍ଗା ହେଲା ସୁନା: ୮୦ ହଜାର ଛୁଇଁଲା ଦର
Gold Price India: ସୁନା ଦର ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ସୁନା ଦର ବର୍ତ୍ତମାନ ପ୍ରାୟ ୮୦ ହଜାର ଛୁଇଁଛି । ବିବାହ ସିଜିନ୍ ପାଇଁ ଆଗକୁ ସୁନା ମଧ୍ୟ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଦିନ ୧୦ ଗ୍ରାମ ସୁନା ମୂଲ୍ୟ ୯୦୦ ଟଙ୍କା ବୃଦ୍ଧି ପାଇଥିଲା। ଦେଶର ସମସ୍ତ ସହରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୯,୬୦୦ ହଜାର ଟଙ୍କା ସେହିପରି ୨୨ କ୍ୟାରେଟ୍ ସୁନା ହାର ୭୩ ହଜାରରୁ ଅଧିକ ରହିଛି । ଆଗାମୀ ଦିନରେ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ହୋଇପାରେ।

ଶୁକ୍ରବାର ଦିନ ଅର୍ଥାତ୍ ଡିସେମ୍ବର ୧୩ ତାରିଖରେ ଏକ କିଲୋଗ୍ରାମ ରୂପା ହାର ୯୫,୫୦୦ ଟଙ୍କା ରହିଛି । ଆସନ୍ତୁ ଜାଣିବା ଦେଶର ବଡ ସହରରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ହାର କେତେ ରହିଛି । ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୬୨୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୩ ହଜାର ଟଙ୍କା ରହିଛି ।
ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୯,୪୭୦ ଟଙ୍କା ରହିଛି ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୨, ୮୫୦ ଟଙ୍କା ରିହିଛି । କୋଲକାତାରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୨,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୯,୪୭୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୨,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୯,୪୭୦ ଟଙ୍କା ଏବଂ ଅହମ୍ମଦାବାଦରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୨,୯୦୦ ଟଙ୍କା ରହିଛି ।












Click it and Unblock the Notifications