Gold-Silver Price: ୧୦ ଦିନରେ ୫ ହଜାର କମିଲା ସୁନା ଦର

Gold Price In India: ସୁନା ଓ ରୂପା ମୂଲ୍ୟ ଧନତେରସ୍ ଏବଂ ଦୀପାବଳି ଅବସରରେ ସମସ୍ତ ରେକର୍ଡ ବ୍ରେକ୍ କରିଥିଲା । ହେଲେ ଗତ ୧୦ ଦିନ ମଧ୍ୟରେ ଉଭୟ ସୁନା-ରୂପା ମୂଲ୍ୟ କ୍ରମାଗତ ଭାବରେ ଶସ୍ତା ହେବାରେ ଲାଗିଛି । ମାତ୍ର ୧୦ ଦିନ ମଧ୍ୟରେ ସୁନା ୬ ପ୍ରତିଶତ ଶସ୍ତା ହୋଇଛି ଏବଂ ଏହା ୪୭୫୦ ଟଙ୍କା ହ୍ରାସ ପାଇଛି।

Gold Price In India

ଏଥି ସହିତ ରୂପା ଦର ମଧ୍ୟ ହ୍ରାସ ପାଇଛି ଏବଂ ୧୦ ଦିନରେ ୧୦ ହଜାର ଟଙ୍କା ଶସ୍ତା ହୋଇଛି ରୂପା । ରୂପା ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା ​​କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ କିଲୋଗ୍ରାମରେ ୯୦ ହଜାର ଟଙ୍କା ରହିଛି । ୭୯,୭୦୦ ଟଙ୍କାରେ ପହଞ୍ଚିଥିବା ସୁନା ବର୍ତ୍ତମାନ ପ୍ରାୟ ୭୪,୯୫୦ ଟଙ୍କା ରହିଛି।

ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସୁନା ଦର ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୭୬ ହଜାର ୯୯୦ ଟଙ୍କା ରହିଛି ଏବଂ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୭୦,୫୯୦ ଟଙ୍କା ରହିଛି । ମୁମ୍ବାଇରେ ଆଜି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୭୫,୭୯୦ ଟଙ୍କା ଏବଂ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୬୯, ୪୯୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସୁନା ଦର ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୭୫,୭୬୦ ଟଙ୍କା ରହିଛି ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୬୯,୪୫୦

ନଭେମ୍ବର 4 ରେ ଆମେରିକାରେ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ବିଟକଏନର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ସୁନା-ରୂପା ଦର କ୍ରମାଗତ ଭାବେ ହ୍ରାସ ପାଉଛି। ସେହିପରି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଧ୍ୟ ହ୍ରାସ୍ ପାଉଛି ।

ତେବେ ଆଗକୁ ବିବାହ ସିଜିନ୍ ରହୁଛି, ଏପରି ସ୍ଥିତିରେ ସୁନାର ମୂଲ୍ୟ ମଧ୍ୟ କମ୍ ରହିଛି । ତେବେ ବର୍ତ୍ତମାନ ସୁନା-ରୂପା କିଣିବାର ଉଚିତ୍ ସମୟ ।।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+