ପୁଣି ବଢିଲା ସୁନା-ରୂପା ଦର, ଜାଣନ୍ତୁ ଆଜିର ମୂଲ୍ୟ
Gold Price Today : ଦେଶରେ ସୁନା ଏବଂ ରୂପାର ମୂଲ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଗାମୀ ଦିନରେ ମଧ୍ୟ ମୂଲ୍ୟ ବୃଦ୍ଧି ପାଇବ । 2025 ଆରମ୍ଭରୁ, ସୁନା ଏବଂ ରୂପାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଆଜି 25 ଜାନୁଆରୀ 2025 ରେ, ସୁନାର ମୂଲ୍ୟ ସ୍ଥିର ଅଛି। ଭାରତରେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 82 ହଜାର ଟଙ୍କା ରହିଛି । 22 କ୍ୟାରେଟ୍ ସୁନାର ମୂଲ୍ୟ 75 ହଜାର ଟଙ୍କା ଅତିକ୍ରମ କରିଛି।
ଆଜି ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ରୂପାର ମୂଲ୍ୟ ଏକ ହଜାର ଟଙ୍କା ବୃଦ୍ଧି ପାଇଛି। ଆଜି ଏକ କିଲୋଗ୍ରାମ ରୂପାର ମୂଲ୍ୟ 97,600 ଟଙ୍କା। ତେବେ ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 82,580 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି 10 ଗ୍ରାମକୁ 75,710 ଟଙ୍କା ରହିଛି ।

ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 82,430 ଟଙ୍କା 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ 75,560 ଟଙ୍କା। କୋଲକାତାରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 75,560 ଟଙ୍କା 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 81,430 ଟଙ୍କା। ଚେନ୍ନାଇରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 75,560 ଟଙ୍କା 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ 82,430 ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।
ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 75,610 ଟଙ୍କା। 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 82,30 ଟଙ୍କା। ଲକ୍ଷ୍ନୌରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 75,710 ଟଙ୍କା। 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 82,580 ଟଙ୍କା।












Click it and Unblock the Notifications