ପୁଣି ବଢିବାରେ ଲାଗିଛି ସୁନା-ରୂପା ଦର
Gold Rate India: ସୁନା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । 21 ନଭେମ୍ବର ଗୁରୁବାର ଦିନ ସୁନା ଦର ବୃଦ୍ଧି ପାଇଛି । ନଭେମ୍ବର 20 ତୁଳନାରେ ସୁନା ଆଜି 10 ଗ୍ରାମ ପିଛା 800 ଟଙ୍କା ବୃଦ୍ଧି ପାଇଛି। ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ତେବେ ଗତ କିଛି ଦିନ ହେବ ସୁନା ଦର ହ୍ରାସ ପାଉଥିବାର ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ଏଥିରେ ବ୍ରେକ୍ ଲାଗିଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ଆଗାମୀ ଦିନରେ ସୁନା ଓ ରୂପା ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ । ବର୍ତ୍ତମାନ ସୁଦ୍ଧ ସୁନା ଓ ରୂପା କିଣିବାର ଏକ ଭଲ ସୁଯୋଗ ଅଛି । ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 77 ହଜାରରୁ ଅଧିକ ରହିଛି । 22 କ୍ୟାରେଟ୍ ସୁନା ମୂଲ୍ୟ 71 ହଜାର ଟଙ୍କା ରହିଛି ।
ରୂପା ମୂଲ୍ୟ ମଧ୍ୟ ପ୍ରାୟ 400 ଟଙ୍କା ବୃଦ୍ଧି ପାଇଛି। ଆଜି, ନଭେମ୍ବର 21 ଗୁରୁବାର ଦିନ ରୂପା ହେଉଛି କିଲୋଗ୍ରାମ 92,000 ଟଙ୍କା । ଆସନ୍ତୁ ଜାଣିବା ଦେଶର ବଡ ସହରରେ 22 କ୍ୟାରେଟ୍ ଏବଂ 24 କ୍ୟାରେଟ୍ ସୁନା ଦର କେତେ ରହିଛି ।

ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 77 ହଜାର 770 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 71,310 ଟଙ୍କା ରହିଛି । ମୁମ୍ବାଇରେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମକୁ 77,620 ଟଙ୍କା ଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,550 ଟଙ୍କା ରହିଛି ।
କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,550 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 77,620 ଟଙ୍କା ରହିଛି । ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,550 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 77,620 ଟଙ୍କା ରହିଛି ।
ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,200 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,670 ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,450 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,950 ଟଙ୍କା ରହିଛି । ଗୁରୁଗ୍ରାମରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,310 ଟଙ୍କା ଓ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,770 ଟଙ୍କା ରହିଛି ।












Click it and Unblock the Notifications