କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ସୁନା-ରୂପା ଦର, ଜାଣନ୍ତୁ ଦିଲ୍ଲୀରେ କେତେ ରହିଛି ସୁନା ଦର
Gold Rtae In Delhi: ନୂଆ ବର୍ଷ ଆରମ୍ଭ ହେବା ସହ ଲଗାତାର ସୁନା-ରୂପା ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି 18 ଜାନୁଆରୀ 2025 ରେ 24 କ୍ୟାରେଟ୍ ସୁନା 81 ହଜାର ଟଙ୍କା ଅତିକ୍ରମ କରିଛି। ଖୁବ୍ ଶୀଘ୍ର ଏହା 82 ହଜାର ଛୁଇଁବ ବୋଲି ଆକଳନ କରାଯାଉଛି ସେହିପରି 22 କ୍ୟାରେଟ୍ ସୁନା ଦର 74 ହଜାର ଟଙ୍କାରୁ ଅଧିକ ରହିଛି । ଆଜି ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିବାର ରେକର୍ଡ କରାଯାଇଛି ।
ଭାରତରେ ଅନେକ ସହରରେ ଆଜି 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ 81 ହଜାର ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ଦର 74 ହଜାର ଟଙ୍କାରୁ ଅଧିକ ରହିଛି । ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି ଏକ କିଲୋଗ୍ରାମ ରୂପାର ମୂଲ୍ୟ 1 ହଜାର ଟଙ୍କା ବୃଦ୍ଧି ପାଇଛି। ଦେଶରେ ଏକ କିଲୋଗ୍ରାମ ରୂପାର ମୂଲ୍ୟ 96,600 ଟଙ୍କା ରହିଛି ତେବେ ଚାଲନ୍ତୁ ଜାଣିବା ଦେଶର ପ୍ରନୁଖ ସହରରେ କେତେ ରହିଛି 22 କ୍ୟାରେଟ୍ ଏବଂ 24 କ୍ୟାରେଟ୍ ସୁନାର ମୂଲ୍ୟ ।

ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 81,430 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରାୟ 74,660 ଟଙ୍କା ରହିଛି । ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 81,280 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ 74,510 ଟଙ୍କା ରହିଛି । କୋଲକାତାରେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ 74,510 ଟଙ୍କା।24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପାଇଁ 81,280 ଟଙ୍କା ରହିଛି ।
ଚେନ୍ନାଇରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 74,510 ଟଙ୍କା। 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 81,280 ଟଙ୍କା ରହିଛି । ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 74,560 ଟଙ୍କା। 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 81,330 ଟଙ୍କା ରହିଛି ।












Click it and Unblock the Notifications