ପୁଣି କମିଲା ସୁନା-ରୂପା ମୂଲ୍ୟ, ଜାଣନ୍ତୁ କେଉଁ ସହରରେ ରହିଛି କେତେ ଦର

Gold Price Update: ଦେଶରେ ସୁନା ଓ ରୂପା ଦର କ୍ରମାଗତ ଭାବରେ କମିବାରେ ଲାଗିଛି । ଆଜି ଉଭୟ ସୁନା ଓ ରୂପା ମୂଲ୍ୟ ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳୁଛି । MCX'ରେ ସୁନା ମୂଲ୍ୟ ଆଜି 144 ଟଙ୍କା ହ୍ରାସ ପାଇ 10 ଗ୍ରାମ ପିଛା 71350 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ମୂଲ୍ୟ ମଧ୍ୟ କମିଛି ।

ଏହା କିଲୋଗ୍ରାମ ପିଛା 82482 ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ଏହି ମୂଲ୍ୟଗୁଡିକ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଜୁଲାଇ ଫ୍ୟୁଚର ପାଇଁ ରହିଛି । ରିପୋର୍ଟ ଅନୁସାରେ ଦିଲ୍ଲୀରେ ଆଜି 24 କ୍ୟାରେଟ୍ ଶୁଦ୍ଧ ସୁନା ମୂଲ୍ୟ 330 ଟଙ୍କା ହ୍ରାସ ପାଇ 10 ଗ୍ରାମ ପିଛା 72,750 ଟଙ୍କା ରହିଛି ।

Gold Price Update

ସେହିପରି ମୁମ୍ବାଇ 24 କ୍ୟାରେଟ୍ ସୁନାର ମୂଲ୍ୟ 3 ଗ୍ରାମ ପିଛା 330 ଟଙ୍କା ହ୍ରାସ ପାଇ 72,600 ଟଙ୍କା । ଚେନ୍ନାଇରେ 24 କ୍ୟାରେଟ୍ ଶୁଦ୍ଧ ସୁନା ମୂଲ୍ୟ 320 ଟଙ୍କା ହ୍ରାସ ପାଇ 10 ଗ୍ରାମରେ 73,530 ଟଙ୍କା, କୋଲକାତାରେ 24 କ୍ୟାରେଟ୍ ଶୁଦ୍ଧ ସୁନାର ମୂଲ୍ୟ 330 ଟଙ୍କା ହ୍ରାସ ପାଇ 10 ଗ୍ରାମରେ 72,600 ଟଙ୍କାରେ ପହଞ୍ଚିଛି ।

ଅହମ୍ମଦାବାଦରେ 24 କ୍ୟାରେଟ୍ ଶୁଦ୍ଧତାର ସୁନା ମୂଲ୍ୟ 330 ଟଙ୍କା ହ୍ରାସ ପାଇ 10 ଗ୍ରାମରେ 72,650 ଟଙ୍କା ରହିଛି । ହାଇଦ୍ରାବାଦରେ 24 କ୍ୟାରେଟ୍ ଶୁଦ୍ଧ ସୁନାର ମୂଲ୍ୟ 330 ଟଙ୍କା ହ୍ରାସ ପାଇ 10 ଗ୍ରାମ ପିଛା 72,600 ଟଙ୍କା ହୋଇଛି। ସେହିପରି ଆନ୍ତର୍ଜାତୀୟ ବଜାରରେ ଆଜି ସୁନା-ରୂପା ଦର ମଧ୍ୟ ହ୍ରାସ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+