Gold And Silver Price Today: କ'ଣ ରହିଛି ସୁନା-ରୂପା ମୂଲ୍ୟ, କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ଦାମ୍
Gold And Silver Price Today: ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି । ଯାହାର ପ୍ରଭାବ ସୁନା ବଜାର ଦେଖିବା ପାଇଁ ମିଳୁଛି । ବିବାହ ଋତୁ ହେତୁ ସୁନା ଓ ରୂପା ମୂଲ୍ୟରେ ଆହୁରି ବୃଦ୍ଧି ଘଟିଛି । ସୁନା ଓ ରୂପା କିଣିବା ପାଇଁ ବଜାରରେ ଦୋକାନ ଗୁଡ଼ିକରେ ମଧ୍ୟ ଭିଡ଼ ଜମୁଛି । ତେବେ ଗତକାଲି ତୁଳନାରେ ଆଜି ସୁନା ଓ ରୂପା ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଆଜି ଭାରତରେ ସୁନା ମୂଲ୍ୟ 22 କ୍ୟାରେଟ୍ ସୁନାର ମୂଲ୍ୟ 6,744 ଟଙ୍କା ପ୍ରତି ଗ୍ରାମ ଏବଂ 24 କ୍ୟାରେଟ୍ ସୁନା ପାଇଁ 7,357 ଟଙ୍କା ପ୍ରତି ଗ୍ରାମ ରହିଛି । ସେହିପରି ଆଜି ଭାରତରେ 10 ଗ୍ରାମ ରୂପା ମୂଲ୍ୟ 951 ଟଙ୍କା । 100 ଗ୍ରାମ ରୂପା ମୂଲ୍ୟ 9,510 ଟଙ୍କା ଏବଂ 1 କିଲୋଗ୍ରାମ ରୂପା ମୂଲ୍ୟ 95,100 ଟଙ୍କା ରେକର୍ଡ କରାଯାଇଛି ।
ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନା ଦର ଗ୍ରାମ ପ୍ରତି 67,440 ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି 73,570ଟଙ୍କା ରହିଛି । ମୁମ୍ବାଇରେ 22 କ୍ୟାରେଟ୍ ସୁନା ଦର 67,440 ଟଙ୍କା, 24 କ୍ୟାରେଟ୍ ସୁନା ଦର 73,570 ଟଙ୍କା ରହିଛି । ଦିଲ୍ଲୀରେ ସୁନା ଦରରେ ପରିବର୍ତ୍ତନ ହୋଇଛି 10 ଗ୍ରାମ ସୁନା ଦର ଯଥାକ୍ରମେ 67,590 ଟଙ୍କା ଏବଂ 73,720 ଟଙ୍କା ରହିଛି ।












Click it and Unblock the Notifications