୮୦ ହଜାର ଟପିଲା ସୁନା, ଜାଣନ୍ତୁ ଆପଣଙ୍କ ସହରର Gold Rate
Gold Rate News: ନୂତନ ବର୍ଷର ପ୍ରଥମ ମାସରେ ସୁନା ଏବଂ ରୂପାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ୧୭ ଜାନୁଆରୀ ୨୦୨୫ ରେ, ସୁନାର ମୂଲ୍ୟ ୫୫୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ୍ ସୁନା ୮୦ ହଜାର ଟଙ୍କା ଅତିକ୍ରମ କରିଛି ସେହିପରି ୨୨ କ୍ୟାରେଟ୍ ସୁନା ୭୪ ହଜାର ଟଙ୍କାରୁ ଅଧିକ ରହିଛି । ସେହିପରି ରୂପା ମୂଲ୍ୟ ମଧ୍ୟ ୨୦୦୦ ଟଙ୍କା ବୃଦ୍ଧି ପାଇଛି। ସୁନାର ମୂଲ୍ୟ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପାଇଁ ପ୍ରତି ୮୦ ହଜାର ଟଙ୍କା ରହିଛି ।
ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୦,୭୭୦ ଟଙ୍କା ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୭୪,୦୫୦ ଟଙ୍କା। ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୦,୦୭୦ ଟଙ୍କା। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୭୩,୯୦୦ ଟଙ୍କା। କୋଲକାତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୩,୯୦୦ ଟଙ୍କା। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୦,୦୭୦ ଟଙ୍କା। ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୩,୯୦୦ ଟଙ୍କା ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୦,୦୭୦ ଟଙ୍କା ରହିଛି ।

ଅହମ୍ମଦାବାଦରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୭୩,୯୫୦ ଟଙ୍କା ରହିଛି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୦,୧୨୦ ଟଙ୍କା। ଲକ୍ଷ୍ନୌରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୪,୦୫୦ ଟଙ୍କା ରହିଛି ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୦,୭୭୦ ଟଙ୍କା ରହିଛି । ପାଟନାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୩,୯୫୦ ଟଙ୍କା। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୦,୬୭୦ ଟଙ୍କା ରହିଛି ।












Click it and Unblock the Notifications