ଏମିତି ବି ଆସେ ମୃତ୍ୟ : ଇୟର ଫୋନ ଲଗାଇ ଗୀତ ଶୁଣୁଥିଲେ, ମାଡିଗଲା ଟ୍ରେନ୍
ଇୟରଫୋନରେ ଗୀତ ଶୁଣି ଯାଉଥିବା ବେଳେ ମାଡିଗଲା ଟ୍ରେନ
ରାୟଗଡା : ସବୁ ମୃତ୍ୟୁ ସ୍ୱାଭାବିକ ନଥାଏ କିଛି ନିଜର ଭୁଲ କିମ୍ବା ଅସାବଧାନତା ପାଇଁ ମଧ୍ୟ ଘଟିଥାଏ । ରାୟଗଡା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଯୁବତୀ ଇୟର ଫୋନରେ ଗୀତ ଶୁଣି ରେଳ ଧାରଣା ପାର୍ ହେଉଥିବା ବେଳେ ତାଙ୍କ ଉପରେ ଟ୍ରେନ ଚଢିଯାଇଛି । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣଙ୍କ ସାନମଟକବାଡି ଗାଁର କୁମାରୀ ଗାଣ୍ଟା (25) ବୋଲି ଜଣାପଡିଛି । କୁହାଯାଉଛି ଇୟର ଫୋନରେ ଗୀତ ଶୁଣୁଥିବା ବେଳେ ଦୃତ ଗତିରେ ଆସୁଥିବା ଟ୍ରେନ ସମ୍ପର୍କରେ ସେ ଜାଣି ପାରିନଥିଲେ ଫଳରେ ଟ୍ରେନଟି ତାଙ୍କୁ ଧକ୍କା ଦେଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା ।
କ'ଣ ରହିଥିଲା ପୁରା ଘଟଣା?

କୁମାରୀ ଗାଣ୍ଟା ସାନମଟକବାଡି ଗାଁରେ ରହୁଥିବା ବେଳେ ଶୁକ୍ରବାର କୌଣସି କାମରେ ତାଙ୍କର ନିକଟସ୍ଥ ଗାଁ ଲଟାଗୁଡା ଗାଁକୁ କୌଣସି କାମରେ ଯାଇଥିଲେ । ଚାଲି ଚାଲି ନିଜ ଗାଁକୁ ଫେରୁଥିବା ସମୟରେ କାନରେ ଇୟରଫୋନ୍ ଲଗାଇ ଗୀତ ଶୁଣି ଶୁଣି ଆସୁଥିଲେ । ତାଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ରେଳଧାରଣା ରହିଛି । ଗୀତ ଶୁଣି ସେହି ରେଳ ଧାରଣାରେ ପାର୍ ହେଉଥିବା ବେଳେ ଟ୍ରେନର ଶଦ୍ଦ ସେ ଶୁଣିପାରିନଥିଲେ । ଅନ୍ୟମନସ୍କ ହୋଇ ରେଳଧାରଣା ପାର୍ ହେବା ସମୟରେ ଗୋଟିଏ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଲେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ରେଳବାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାରର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ ।












Click it and Unblock the Notifications