ରାସ୍ତା ମଝିରେ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ
Ghaziabad Blast News: ଶନିବାର ସକାଳେ ଗାଜିଆବାଦ ରାସ୍ତାରେ ଏକ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକରେ ନିଆଁ ଲାଗିଯାଇଥିଲା ଫଳରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଏହା ଦୁଇ-ତିନି କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଏବଂ ରାସ୍ତା ମଝିରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ତ । ଘଟଣା ବିଷୟରେ ତୁରନ୍ତ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀକୁ ଏବଂ ନିଆଁ ଲିଭାଇବା କାମ ଆରମ୍ଭ ହୋଇଥିଲା।

ଖବର ଲେଖିବା ପର୍ଯ୍ୟନ୍ତ, ଗାଜିଆବାଦର ଭୋପୁରା ଚୌକ ନିକଟରେ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡକୁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି। ଏହି ଅଗ୍ନିକାଣ୍ତର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକରେ ନିଆଁ ଲାଗିବା ପରେ ବିସ୍ଫୋରଣ ହେଉଥିବାର ଦେଖିବାକୁ ମିଳୁଛି । ଦୁର୍ଘଟଣାସ୍ଥଳରୁ ୨-୩ କିଲୋମିଟର ଦୂରରେ ସୁଟ୍ କରାଯାଇଥିବା ଭିଡିଓରେ ବିସ୍ଫୋରଣର ଶବ୍ଦ ଶୁଣାଯାଉଛି। ଘଟଣା ପରେ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି।
#WATCH गाजियाबाद, उत्तर प्रदेश: वीडियो में धमाकों की आवाज सुनी जा सकती है, जो दुर्घटनास्थल से 2-3 किमी दूर शूट किया गया था, जहां भोपुरा चौक पर गैस सिलेंडरों से भरे ट्रक में भीषण आग लग गई थी। pic.twitter.com/xlOTVOtEIz
— ANI_HindiNews (@AHindinews) February 1, 2025
ଅଗ୍ନିକାଣ୍ଡର ଦୃଶ୍ୟ ବହୁତ ଭୟଙ୍କର। ସିଲିଣ୍ଡରଗୁଡ଼ିକ ବୋମା ପରି ବିସ୍ଫୋରଣ ହେଉଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ,ଟ୍ରକରେ ଦେଢ଼ଶହ ସିଲିଣ୍ଡର ଥାଇପାରେ । ସିଲିଣ୍ଡରରେ ନିଆଁ ଲାଗିବା ଯୋଗୁଁ ଗୋଟିଏ ଘର ଏବଂ ଗୋଟିଏ ଗୋଦାମ ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ପରେ, ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବିସ୍ଫୋରଣ ହେଉଛି।












Click it and Unblock the Notifications