For Quick Alerts
Turn On Notification  
For Daily Alerts
Oneindia App Download

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା : ପୁଲିସ ଡିଜିପିଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଇନଫୋସିଟି ନାବାଳିକା ମାମଲାରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ହାଇକୋର୍ଟରେ ପୁଲିସ ମହାନିର୍ଦ୍ଦେଶଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ।

|

କଟକ : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଓଡିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ବ୍ୟକ୍ତିଗତ ଭାବରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଉକ୍ତ ଘଟଣାର ତାଜା ରିପୋର୍ଟ ଆଫିଡେଭିଟ୍ ଜରିଆରେ କୋର୍ଟରେ ଦାଖଲ କରିବାକୁ ଶ୍ରୀ ଅଭୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଶୁଣାଣି ସମୟରେ ଶ୍ରୀ ଅଭୟ ହାଇକୋର୍ଟରେ ହାଜର ହୋଇ ତାଙ୍କ ପକ୍ଷ ରଖିବାକୁ ଏହି ନିର୍ଦ୍ଦେଶରେ କହିଥିବା ଜଣାପଡିଛି ।

ଇଫୋସିଟି ଗଣଦିଷ୍କର୍ମ
ଏହି ଗଣଦୁଷ୍କର୍ମ ମାମଲାରେ କୋର୍ଟ ଅସନ୍ତାଷ ପ୍ରକାଶ କରିଥିବା କହିଛନ୍ତି ହାଇକୋର୍ଟରେ ଏହି ଘଟଣା ଉପରେ ପିଆଇଏଲ୍ ଦାଖଲ କରିଥିଲା ଭାରତୀୟ ବିକାଶ ପରିଷଦର ସଦସ୍ୟ ଗୋପାଳ ପ୍ରସାଦ ଜେନା । ଆସନ୍ତା ନଭେମ୍ବର 18 ତାରିଖରେ ଏହି ଘଟଣା ଉପରେ ପରବର୍ତ୍ତି ଶୁଣାଣି ଧାର୍ଯ୍ୟ କରାଯାଇଛି । ଗତ ସେପ୍ଟେମ୍ବର 16 ତାରିଖରେ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ନେଇ ପିଆଇଏଲ୍ ଦାଖଲ କରିଥିଲା । ଯେଉଁଥିରେ ପୁଲିସର ତଦନ୍ତର ବିଫଳତା କାରଣରୁ କୁନ୍ଦୁଲି, ପିପିଲି, ରାୟଗଡା ଓ ଜଗସିଂହପୁର ଜିଲ୍ଲାର ଦୁଷ୍କର୍ମ ଗୁଡିକର ସଠିକ୍ ତଦନ୍ତ ହୋଇ ପାରିନଥିଲା । ଏହି କାରଣରୁ ଉକ୍ତ ଘଟଣାକୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ପୀଡିତାଙ୍କ ପରିବାରକୁ 30 ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ଦେବା ପାଇଁ ପିଆଇଲରେ ନିବେଦନ କରାଯାଇଥିଲା । ଏହି ପିଆଇଏଲରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ସଚିବ. ପୁଲିସ ମହାନିର୍ଦ୍ଦେଶକ ଓ ରାଜ୍ୟ ଶିଶୁ ଆୟୋଗଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Gang Rape of Minor Girl Hc Summons Odisha Dgp
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X