ଚଳିବ ବର୍ଷ କେଉଁ ଦିନ ପାଳନ କରାଯିବ ଗଣେଶ ଚତୁର୍ଥୀ

Ganesh Chaturthi 2022:ଚଳିବ ବର୍ଷ କେଉଁ ଦିନ ପାଳନ କରାଯିବ ଗଣେଶ ଚତୁର୍ଥୀ

ଭୁବନେଶ୍ୱର: ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ବର ବିଶେଷ ମହତ୍ତ୍ୱ ରଖିଛି ।ଆସନ୍ତା ଅଗଷ୍ଟ ୩୧ ତାରିଖ ଦିନ ଦେଶର ପ୍ରତ୍ୟକ ସ୍ଥାନରେ ପାଳନା କରାଯିବ ଗଣେଶ ପୂଜା । ଲୋକେ ନିଜ ଘରେ ଗଣପତିଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରି ୧୦ଦିନ ପର୍ଯ୍ୟନ୍ତ ଘରେ ବପ୍ପାଙ୍କର ପୂଜା କରିଥାନ୍ତି । ବିଶେଷ କରି ମହାରାଷ୍ଟ୍ରରେ ବପ୍ପାଙ୍କ ସ୍ୱାଗତ ବେଶ ଧୁମଧାମରେ କରାଯାଇଥାଏ ।

ganesh chaturthi 2022

ଚଳିବ ବର୍ଷ କେଉଁ ଦିନ ପାଳନ କରାଯିବ ଗଣେଶ ଚତୁର୍ଥୀ ।

ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ ଗଣେଶ ଚତୁର୍ଥୀ । ଚଳିତ ବର୍ଷ ଗଣେଶ ଚତୁର୍ଥୀ ୩୧ ଅଗଷ୍ଟ ବୁଧବାରଦିନ ପଡୁଛି । ବିଶେଷ କଥା ହେଉଛି ଭଗବାନ ଗଣେଶ ବୁଧବାରର ଦେବତା । ବୁଧବାର ଗଣେଶ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଏଭଳି ସ୍ଥିତିରେ ବୁଧବାର ଗଣେଶ ଚତୁର୍ଥୀ ପଡିବା ଏକ ଶୁଭ ସଙ୍କେତ । ଯଦି ଆପଣ ନିଜ ଘରେ ଗଣେଶଙ୍କର ପ୍ରତିମା ସ୍ଥାପନ କରିବାକୁ ଚିନ୍ତା କରୁଛନ୍ତି କିମ୍ବା କଲୋନୀରେ ଗଣପତି ପାଣ୍ଡାଲ ସ୍ଥାପନ କରାଯାଉଛି ଏବଂ ଆପଣ ଗଣେଶ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି, ତେବେ ଶୁଭ ସମୟରେ ଏହି କାର୍ଯ୍ୟ କରନ୍ତୁ । ଭାଦ୍ରବ ମାସର ଶୁକ୍ଲା ପକ୍ଷର ଚତୁର୍ଥୀ ତିଥି ୩୦ ଅଗଷ୍ଟ ମଧ୍ୟାହ୍ନରୁ ଆରମ୍ଭ ହେବ, ଯାହା ୩୧ ଅଗଷ୍ଟରେ ଅପରାହ୍ନ ୩:୨୩ ରେ ଶେଷ ହେବ। ଏପରି ପରିସ୍ଥିତିରେ, ଏହି ସମୟ ମୂର୍ତ୍ତି ସ୍ଥାପନ ପାଇଁ ଉପଯୁକ୍ତ ଅଟେ ।

ganesh chaturthi 2022

କିପରି କରିବେ ପୂଜା
ଚତୁର୍ଥୀ ଦିନ ନିଜ ପୂଜା ଘର ସହ ଘରର ସମସ୍ତ ସ୍ଥାନକୁ ସଫା କରନ୍ତୁ । ମାଟି ତିଆରି ମୂର୍ତ୍ତି ପୂଜା କରିବା ଉଚିତ୍ । ଗଣେଶଙ୍କ ବସିବା ମୂର୍ତ୍ତିକୁ ଶୁଭ ବୋଲି ବିବେଚନା କରାଯାଏ । ଗଣେଶଙ୍କ ଶୂଣ୍ଢ ବାମକୁ ବଙ୍କା ହେବା ସହ ପାଖରେ ମୂଷିକ ବାହାନ ରହିବା ଜରୁରୀ । ଘରକୁ ମୂର୍ତ୍ତି ନେବା ପରେ ପୂଜା ହେବା ପୂର୍ବରୁ ସଫା କପଡ଼ାରେ ମୂର୍ତ୍ତିକୁ ଘୋଡାଇ ରଖିବା ଉଚିତ୍ । ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ମୂର୍ତ୍ତି ପ୍ରତିଷ୍ଠା କରିବା ଉଚିତ୍ । ପ୍ରଭୁଙ୍କୁ ନମସ୍କାର କରି ପୂଜା ଆରମ୍ଭ କରନ୍ତୁ । ବପ୍ପାଙ୍କ ପ୍ରିୟ ଦୂବ ତେଣୁ ୨୧ଟି ଦୂବ ଅର୍ପଣ କରି ବ୍ରତର ସଂକଳ୍ପ ନିଅନ୍ତୁ । ହେଲେ ମନେ ରଖନ୍ତୁ ଭଗବାନ ଗଣେଶଙ୍କ ନିକଟରେ ତୁଳସୀ କେବେ ଅର୍ପଣ କରନ୍ତୁ ନାହିଁ । ସିହିପରି ପୁରୁଣା ମୂର୍ତ୍ତି ପୂଜା କରନ୍ତୁ ନାହିଁ । ଦୁଇଟି ମୂର୍ତ୍ତି ଏକାଠି ରଖି ମଧ୍ୟ ପୂଜା କରନ୍ତୁ ନାହିଁ । ପୂଜା ସ୍ଥାନକୁ ଲାଇଟରେ ସଜାନ୍ତୁ । ବପ୍ପାଙ୍କ ପୂଜା କରିବା ସମୟରେ ଲାଲ୍‌ କିମ୍ବା ହଳଦୀ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍ ।

ganesh chaturthi 2022

କେଉଁ ଦିନ ଗଣପତି ବପ୍ପାଙ୍କୁ ବିସର୍ଜନ କରାଯିବ

୧୦ ଦିନ ପର୍ଯ୍ୟନ୍ତ ଗଣପତି ବପ୍ପାଙ୍କୁ ରଖି ପୂଜା କରାଯାଏ । ଗଣପତି ପ୍ରତିଷ୍ଠାର ୯ ଦିନ ପର୍ଯ୍ୟନ୍ତ ଆପଣଙ୍କ ଘରେ ରୁହନ୍ତି । ଦଶମ ଦିନରେ ଗଣପତିଙ୍କୁ ବିସର୍ଜନ କରାଯାଏ । ଚଳିତ ବର୍ଷ ବପ୍ପାଙ୍କ ବିସର୍ଜନ ୯ ସେପ୍ଟେମ୍ବର ୨୦୨୨ ରେ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+