Friendship Day 2022 : ସାଙ୍ଗମାନଙ୍କୁ ପଠାନ୍ତୁ ସ୍ୱତନ୍ତ୍ର ଷ୍ଟିକର , ଦିଅନ୍ତୁ ଏହିସବୁ ଉପହାର

Friendship Day 2022 :Friendship Day 2022 ,ବନ୍ଧୁ ପାଇଁ ଦିନଟିଏ ,ସାଙ୍ଗମାନଙ୍କୁ ପଠାନ୍ତୁ ସ୍ୱତନ୍ତ୍ର ଷ୍ଟିକର

ଭୁବନେଶ୍ୱର: ଭାରତରେ 'ବନ୍ଧୁତ୍ୱ ଦିବସ' ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାର ଦିନ ପାଳନ କରାଯାଏ । ସେହି ଅନୁଯାୟୀ, ୨୦୨୨ ରେ ଆଜି ହେଉଛି 'ବନ୍ଧୁତ୍ୱ ଦିବସ' । ଆଜି ସମସ୍ତେ ନିଜ ନିଜ ବନ୍ଧୁମାନଙ୍କୁ ନିଜ ଶୈଳୀରେ ଶୁଭେଚ୍ଛା ଜଣାଇବା ସବ ସେଲିବ୍ରେଟ୍ ମଧ୍ୟ କରିଥାନ୍ତି । ରକ୍ତର ସମ୍ପର୍କଠୁ ମଧ୍ୟ ଅଧିକ ଗଭୀର ଥାଏ ବନ୍ଧୁତାର ସମ୍ପର୍କ । ଯିଏ ସୁଖଦୁଃଖ ପ୍ରତ୍ୟକ କ୍ଷେତ୍ରରେ ନିଜ ବନ୍ଧୁ ସାଥୀରେ ଥାଏ । ଯିଏ କିଛି କହିବା ପୂର୍ବରୁ ମନ କଥା ବୁଝିଥାଏ ଯିଏ ଅତି ସହଜରେ ମନର କଥା ବୁଝିପାରେ । ଯିଏ ରାଗ, ରୁଷା, ଅଭିମାନ ଭୁଲି ତୁମକୁ ଆପଣାଇଥାଏ । ସେ ହିଁ ପ୍ରକୃତ ବନ୍ଧୁ । ଦକ୍ଷିଣ ଆମେରିକାର ପାରାଗୁୱେରେ ପ୍ରଥମେ ପାଳନା କରାଯାଉଥିଲା ଫ୍ରେଣ୍ତସିପ୍ ଡେ । ହେଲେ ୧୯୫୮ ମସିହା ଜୁଲାଇ ୩୦ରେ ପ୍ରଥମେ ଆନ୍ତର୍ଜାତିକ ବନ୍ଧୁତା ଦିବସ ପାଇଁ ପ୍ରସ୍ତାବ ଦେଇଥିଲା ମିଳିତ ଜାତିସଂଘ । ଏହା ପେର ମିଳିତ ଜାତିସଂଘ ପକ୍ଷରୁ ଅଗଷ୍ଟ ମାସର ପ୍ରଥମ ରବିବାରକୁ 'ଫ୍ରେଣ୍ଡସିପ ଡ଼େ' ଭାବେ ଘୋଷଣା କରାଯାଇଥିଲା । ଯାହା ପରଠୁ ଭାରତରେ ବନ୍ଧୁତ୍ୱ ଦିବସ ପାଳନ କରାଯାଉଛି ।

friend

ତେବେ ଆପଣ ୱାଟ୍‌ସଆପ୍ ଜରିଆରେ ଆପଣଙ୍କର ବନ୍ଧୁମାନଙ୍କୁ ସ୍ୱତନ୍ତ୍ର ବାର୍ତ୍ତା, ୱାଲପେପର, କୋଟ୍, ଫଟୋ ଷ୍ଟାଟସ୍‌ ଇତ୍ୟାଦି ପଠାଇପାରିବେ । ନିଜ କିପରି ପଠାଇବେ WhatsApp Sticker

୧- ବନ୍ଧୁତା ଦିବସ 2022 ରେ ଆପଣ ସାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟିକର ପଠାଇ ପାରିବେ । ଏଥିପାଇଁ ପ୍ରଥମେ ଗୁଗଲ୍ ପ୍ଲେ ଷ୍ଟୋର ଖୋଲନ୍ତୁ । ଏହା ପରେ Friendship Day 2022 ସର୍ଚ୍ଚ କରନ୍ତୁ

୨-ହା ପରେ, ଉପଭୋକ୍ତା ସେମାନଙ୍କର ପ୍ରିୟ ଷ୍ଟିକର୍ ପ୍ୟାକ୍ ଡାଉନଲୋଡ୍ କରି ଆଡ୍ କରନ୍ତୁ ଏବଂ ଏହାପରେ ୱାଟ୍‌ସଆପ୍ ତାଲିକାରେ ଚେକ୍ କରନ୍ତୁ

2

୩- ଏଥିପାଇଁ ୱାଟ୍‌ସଆପ୍ ଖୋଲି ମାଇ ଷ୍ଟିକର୍ ଅପ୍‌ସନ୍କୁ ଯାଇ ଷ୍ଟିକର୍ ଦେଖିପାରିବେ ।

୪-ଯେଉଁଠି ଆପଣଙ୍କୁ ଡାଉନଲୋଡ୍ ହେଇଥିବା ସମସ୍ତ ଷ୍ଟିକର ନଜର ଆସିବ ,ତା ସହ ଏଥିରେ ଏକ ପ୍ଲସ୍ ଚିହ୍ନ ରହିଥିବ, ଏଥିରେ କ୍ଲିକ୍ କରି ଏହାକୁ ଆପଣ ଯୋଡିପାରିବେ।

3

୫- ଏହା ପରେ ଆପଣ ନିଜ ବନ୍ଧୁଙ୍କୁ Friendship Dayର ନୂଆ ଷ୍ଟିକର ପଠାଇପାରିବେ ।

ଆଜି ବନ୍ଧୁଙ୍କୁ କ'ଣ ଉପହାର ଦେବେ :ଆଜି ସବୁଠିି ସେଲିବ୍ରେଟ୍ ହେଉଛି Friendship Day,

fff

ସୋସିଆଲ ମଡିଆରେ ୱିସ୍ କରିବା ସହ ଅନେକ ବନ୍ଧୁ ଏକାଠିି ହୋଇ ଆଜିର ଖାସ ଦିନକୁ ସେଲିବ୍ରେଟ କରୁଛନ୍ତି । ସେହିପରି ନିଜ ବନ୍ଧୁଙ୍କୁ ଉପହାର ଦେଇ ମଧ୍ୟ ଅନେକ ନିଜ ବନ୍ଧୁଙ୍କ ପାଇଁ ଆଜିର ଦିନକୁ ଟିକେ ଖାସ କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଆପଣ ନିଜ ବନ୍ଧୁର ରୁଚି ତଥା ପସନ୍ଦକୁ ଭଲ ଭାବେ ଜାଣିଥିବେ ନିଶ୍ଚୟ । ତେଣୁ ନିଜ ବନ୍ଧୁର ପସନ୍ଦକୁ ନଜରରେରଖି ଆପଣ କିଛି ବି ଉପହାର ଦେଇପାରିବେ । ଏହି ଦିନ ଆପଣ ବନ୍ଧୁଙ୍କୁ ଫ୍ରେଣ୍ଡସିପ ବ୍ୟାଣ୍ଡ, ଚକୋଲେଟ୍, ଗ୍ରିଟିଙ୍ଗସ କାର୍ଡ଼, ରିଙ୍ଗ୍, ଟେଡ଼ି ଉପହାର ଦେଇ ପାରିବେ । ଯଦି ଆପଣଙ୍କ ବନ୍ଧୁଙ୍କୁ ଖାଇବା ପସନ୍ଦ ତେବେ ନିଜ ହାତରେ କିଛି ନୂଆ ପ୍ରକାର ବ୍ୟଞ୍ଜନ ତିଆରି କରି ବନ୍ଧୁଙ୍କୁ ନିଶ୍ଚୟ ଖୁଆନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+