Get Updates
Get notified of breaking news, exclusive insights, and must-see stories!

ମାତ୍ର ୩୦ ହାଜର ଟଙ୍କାରେ କରନ୍ତୁ ବିଦେଶ ଯାତ୍ରା

ବିଦେଶ ଭ୍ରମଣ କରିବା ପାଇଁ ଚାହୁଁଛନ୍ତି...ହେଲେ ଟଙ୍କା ସାଜୁଛି ବାଧାକ ! ତେବେ ଆମେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କିଛି ଏପରି ଦେଶ ଅଛି ଯେଉଁଠି କି ଆପଣ କେବଳ 30ହଜାର ଟଙ୍କା ଧରି ଯାତ୍ରା କରିପାରିବେ । ଆଜ୍ଞା ହିଁ ପକେଟ ବଜେଟରେ, ଆପଣ ଦୁନିଆର ଅନେକ ଦେଶ ପରିଦର୍ଶନ କରିପାରିବେ ।

Tour

ସୂଚନାଥାଉ ଯେ, ଅନେକ ଦେଶ ଅଛି ଯେଉଁଠାରେ ଭ୍ରମଣ କରିବା ଖୁବ ଶସ୍ତା । କେବଳ ୩୦ ହଜାର ଟଙ୍କାରେ ଶସ୍ତା ବିଦେଶ ଯାତ୍ରା ସଂପୂର୍ଣ୍ଣ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଭାରତରୁ କେଉଁ କେଉଁ ଦେଶକୁ ଆପଣ ପକେଟ୍ ଫ୍ରେଣ୍ତଲି ବଜେଟରେ ଟ୍ରାଭେଲ୍ କରିପାରିବେ ।

ନେପାଳ

ଏହା ଏକ ସୁନ୍ଦର ଦେଶ । ଏଠାକାର ପର୍ବତ, ମନ୍ଦିର ଏବଂ ସଂସ୍କୃତି ଆପଣଙ୍କୁ ଆକର୍ଷିତ କରିବ । ଏଠାରେ ଆପଣ କାଠମାଣ୍ଡୁ, ପୋଖରା, ନାଗରକୋଟ ଯିବାର ପ୍ଲାନ୍ କରିପାରିବେ । ଏହା ଖୁବ ସୁନ୍ଦର ଟୁରିଷ୍ଟ ପ୍ଲେସ୍ ଯାହାର ରାଉଣ୍ଡ ଟ୍ରିପ୍ ମୂଲ୍ୟ ପ୍ରାୟ ୧୦ ହଜାର ଟଙ୍କା । ତେବେ ଏଠାରେ ରହିବା ପାଇଁ ଆପଣଙ୍କୁ ଶସ୍ତାରେ ହୋଟେଲ୍ ମଧ୍ୟ ମିଳିଯିବ । ଷ୍ଟ୍ରିଟ୍ ଫୁଡ୍ ଏବଂ ବଡ଼ ବଡ଼ କାଫେରେ ଆପଣ ନେପାଳୀ ଖାଦ୍ୟ ଉପଭୋଗ କରିପାରିବେ । ତେବେ ୩୦ ହଜାର ଟଙ୍କାରେ ଆପଣ ସମ୍ପୁର୍ଣ୍ଣ ନେପାଳ ବୁଲି ପାରିବେ ।

ଶ୍ରୀ ଲଙ୍କା

ଶ୍ରୀଲଙ୍କାର ପ୍ରାକୃତି ସୌନ୍ଦର୍ଯ୍ୟ ସର୍ବଦା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏହି ଦେଶର ପ୍ରାୟ ୬୦ ପ୍ରତିଶତ ଭୂମି ପର୍ବତମାଳାରେ ଘେରି ହୋଇ ରହିଛି । ଏଠାରେ ଖୁବ ସୁନ୍ଦର ପର୍ବତ, ନଦୀ, ହ୍ରଦ ଦେଖିବାକୁ ମିଳେ । ତେବେ ପ୍ରଥମେ ଆପଣ କଲୋମ୍ବ ଯାଇ ସେଠାକାର ପାର୍କ, ମନ୍ଦିର, ସଂଗ୍ରହାଳୟ ପରିଦର୍ଶନ କରିପାରିବେ । ଖାସ କଥା ହେଲା ଏଠାକାର ନାଇଟ୍ ଲାଇଫ୍ ଖୁବ ସୁନ୍ଦର । ଯାହା ଯୁବବର୍ଗଙ୍କୁ ଖୁବ ଆକର୍ଷିତ କରିବ । ଖାଦ୍ୟ ମଧ୍ୟ ଆପଣଙ୍କୁ ବହୁତ ଶସ୍ତା ମିଳିଯିବ । ଭାରତରୁ କଲମ୍ବୋ ଯିବା ଆସିବା ଆପଣଙ୍କୁ ପାଖପାଖି ୧୬-୧୭ ହଜାର ମଧ୍ୟରେ ପଡିଯାଇପାରେ ଏହାଛଡା ସେଠାରେ ରହିବା ପାଇଁ ହୋଟେଲ୍ ୧ ହାଜର ଟଙ୍କାରୁ ଆରମ୍ଭ । ଆପଣ ଚାହିଁଲେ ଅଧିକ ଟଙ୍କାର ମଧ୍ୟ ହୋଟେଲ୍ ନେଇପାରିବେ । ବାକି ଟ୍ୟାକ୍ସି ଖର୍ଚ୍ଚକୁ ଅନ୍ତର୍ଭୁକ୍ତ କରି ଆପଣ ୩୦ ହଜାର ଟଙ୍କାରେ ଶ୍ରୀଲଙ୍କା ଯାତ୍ରା ସମାପ୍ତ କରିପାରିବେ ।

ଭୁଟାନ

ଶସ୍ତା ବିଦେଶ ଭ୍ରମଣରେ ଭୁଟାନର ନାମ ମଧ୍ୟ ସାମିଲ ଅଛି । ଏହା ଛୋଟ ହେଲେ ସୁନ୍ଦର ଏବଂ ଶାନ୍ତିପୂର୍ଣ୍ଣ ଦେଶ । ଏଠାକାର ସୌନ୍ଦର୍ଯ୍ୟ ଆପଣଙ୍କ ଯାତ୍ରାକୁ ଆହୁରି ସ୍ମରଣୀୟ କରିଦେବ । ପାରୋ ହେଉଛି ଭୁଟାନର ସବୁଠାରୁ ସୁନ୍ଦର ସହର । ପ୍ରାଚୀନ ମନ୍ଦିର ଏବଂ ସୁନ୍ଦର ସବୁଜ ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଆପଣ ଟ୍ରେନ୍ ଏବଂ ବିମାନ ଯୋଗେ ଏହି ବିଦେଶ ଯାତ୍ରା କରିପାରିବେ । କୋଲକାତା ଠାରୁ ହାସିମାରାକୁ ଟ୍ରେନ୍ ଯୋଗେ ଯାତ୍ରା କରିବା ପରେ ସେଠାରୁ ଆପଣ ଜିପ୍ କିମ୍ବା କୌଣସି ଗାଡ଼ିରେ ସିଧାସଳଖ ଭୁଟାନରେ ପହଞ୍ଚି ପାରିବେ । ଏଠାରେ ରହିବା, ଖାଇବା ଏବଂ ଭ୍ରମଣ ପାଇଁ ୩୦ ଟଙ୍କା ଯଥେଷ୍ଟ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+