Flipkart'ରେ ଆରମ୍ଭ ହେଲା ସେଲ୍, ୫ ଅଗଷ୍ଟ ପର୍ଯ୍ୟନ୍ତ ମିଳିବ ବମ୍ପର ଡିସକାଉଣ୍ଟ
Flipkart Sale: ଅଗଷ୍ଟ ମାସ ଆସିବା ମାତ୍ରେ ପର୍ବପର୍ବାଣି ଆରମ୍ଭ ହୋଇଯାଇଛି । ଏହା ସହିତ ଭାରତର ସପିଂ ପ୍ଲାଟଫର୍ମରେ ମଧ୍ୟ ସେଲିଂ ଆରମ୍ଭ ହୋଇଛି। ଭାରତର ସବୁଠୁ ବଡ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଅଗଷ୍ଟ 1 ମଧ୍ୟରାତ୍ରିରୁ ସେଲ୍ ଆରମ୍ଭ ହୋଇଯାଇଛି । ବିଗ୍ ବଜଟ୍ ଡେଜ୍'ଏହି ସେଲର ନାଁ ରଖାଯାଇଛି । ଏହି ସେଲିଂ ୧ ଅଗଷ୍ଟରୁ ଆରମ୍ଭ ହୋଇ ୫ ଅଗଷ୍ଟ 2024 ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହି 5 ଦିନରେ ଗ୍ରାହକଙ୍କୁ ମନ ପସନ୍ଦର ଜୀନିଷ କମ୍ ଟଙ୍କାରେ ମିଳିପାରିବ । ଏହି ପାଞ୍ଚ ଦିନିଆ ସେଲିଂ ସମୟରେ ଫ୍ଲିପକାର୍ଟ ଗ୍ରାହକଙ୍କୁ ବଡ଼ ରିହାତି, ଆକର୍ଷଣୀୟ ଅଫର ଏବଂ ସ୍ୱତନ୍ତ୍ର ଡିଲ୍ ଯୋଗାଇବ ।
Flipkartର ଏହି ସେଲିଂ ସମୟରେ ଗ୍ରାହକମାନେ ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ୍, ଘର ସାମଗ୍ରୀ ଏବଂ ଅନେକ ଜୀନିଷ ଉପରେ ଆକର୍ଷଣୀୟ ଅଫର୍ ପାଇବେ । ସେହିପରି ଯେଉଁମାନେ HDFC ବ୍ୟାଙ୍କ, HSBC ବ୍ୟାଙ୍କ, IDFC ବ୍ୟାଙ୍କ ଏବଂ ୱନ୍ କାର୍ଡ ମାଧ୍ୟମରେ ପେମେଣ୍ଟ କରିବେ, ପ୍ରତ୍ୟେକ ଆଇଟମର EMI ଉପରେ 10% ତତକ୍ଷଣାତ୍ ରିହାତି ମିଳିବ । ଏହି ବିକ୍ରିରେ ଗ୍ରାହକମାନେ ସେଲିଂରେ ଗ୍ରାହକମାନେ ବଡ଼ ଡିସକାଉଣ୍ଟ ମିଳିବ ।

ଏହା ସହିତ ଏକ୍ସଚେଞ୍ଜ୍ ଅଫର୍, ନୋ କଷ୍ଟ EMI, ବ୍ୟାଙ୍କ ଅଫର୍ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ଡିଲ୍ ମଧ୍ୟ ପାଇବେ । ଗତ ବର୍ଷ ପରି, ଚଳିତ ବର୍ଷ ମଧ୍ୟ ଫ୍ଲିପକାର୍ଟ ଗ୍ରାହକଙ୍କୁ ଅନେକ ନୂତନ ଅଫର ଦେବା ପାଇଁ ଯାଉଛି ।
ଯଦି ଆପଣ ସ୍ମାର୍ଟଫୋନ୍, ଲାପଟପ୍, ସ୍ମାର୍ଟୱାଚ୍ କିମ୍ବା କୌଣସି ଇଲେକ୍ଟ୍ରୋନିକ୍ ଆଇଟମ୍ କିଣିବା ପାଇଁ ଯାଉଛନ୍ତି ତେବେ ଆପଣ ଏହି ସେଲିଂ ସମୟରେ ଖୁବ୍ ଭଲ ଅଫରରେ କିଣିପାରିବେ । ସ୍ମାର୍ଟଫୋନ୍ ପାଇଁ ଆପଲ୍, ସାମସଙ୍ଗ, ଜିଓମି, ଏବଂ ୱାନପ୍ଲସ୍ ଭଳି ପ୍ରମୁଖ ବ୍ରାଣ୍ଡରେ ସ୍ୱତନ୍ତ୍ର ଡିସକାଉଣ୍ଟ ରହିବ । ଏହା ସହିତ ସ୍ମାର୍ଟଫୋନ୍ ଏବଂ ଲାପଟପ୍ ରେ ନୂତନ ଟେକ୍ନୋଲୋଜି ସହିତ ବହୁତ ବଡ ଡିଲ୍ ମଧ୍ୟ ଉପଲବ୍ଧ ହେବ ।












Click it and Unblock the Notifications