ସଲମାନଙ୍କ ସହ ମ୍ୟୁଜିକ୍ ଭିଡିଓ କରି ବିପଦରେ ଜୀବନ! AP Dhillonଙ୍କ ଘର ବାହାରେ ଗୁଳିକାଣ୍ତ
AP Dhillon: ପଞ୍ଜାବୀ ଗାୟକ ଅମୃତପାଲ ସିଂ ତଥା AP Dhillonଙ୍କ ଘର ବାହାରେ ଗୁଳିକାଣ୍ତ । ରବିବାର କାନାଡାର Vancouverରେ ଏହି ଘଟଣା ଘଟିଥିଲା ଏବଂ ଲରେନ୍ସ ବିଷ୍ଣୋଣ ଗ୍ୟାଙ୍ଗର ସଦସ୍ୟ ରୋହିତ ଗୋଦାରା ନାମକ ଜଣେ ବ୍ୟକ୍ତି ଏହି ଘଟଣାର ପାଇଁ ନିଜକୁ ଦାୟୀ କରିଛି । ବର୍ତ୍ତମାନ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, AP Dhillon ଭାବରେ ଜଣାଶୁଣା, ଇଣ୍ଡୋ-କାନାଡିୟ ରାପର୍। ଏପି ଧିଲନ୍ ସଲମାନ ଖାନଙ୍କ ସହ ମ୍ୟୁଜିକ୍ ଭିଡିଓ "ଓଲ୍ଡ ମନି" ରିଲିଜ୍ ହେବାର କିଛି ସପ୍ତାହ ପରେ ଏହି ଆକ୍ରମଣ ହୋଇଛି । ତାଙ୍କର ପଞ୍ଜାବୀ ଗୀତଗୁଡ଼ିକ ପ୍ରାୟତଃ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଥାଏ ।

ସୋସିଆଲ ମିଡିଆରେ ପ୍ରସାରିତ ଧମକ ବାର୍ତ୍ତା ଦାବି କରିଛି ଯେ ସେପ୍ଟେମ୍ବର ୧ ତାରିଖ ରାତିରେ ଏହି ଗ୍ୟାଙ୍ଗ କାନାଡାର ଦୁଇଟି ସ୍ଥାନରେ ଗୁଳି ଚଳାଇବାକୁ ଯୋଜନା କରିଥିଲା - ଗୋଟିଏ ଭିକ୍ଟୋରିଆ ଦ୍ୱୀପରେ ଏବଂ ଅନ୍ୟଟି ଟରୋଣ୍ଟୋରେରେ । ଏହି ଗ୍ୟାଙ୍ଗ ବଲିଉଡ ଚଳଚ୍ଚିତ୍ର ଅଭିନେତା ସଲମାନ ଖାନଙ୍କ ସହ ହୋଇଥିବା ସମ୍ପର୍କକୁ ଦର୍ଶାଇ ଏପି ଧିଲନଙ୍କୁ ଧମକ ଦେଇଥିଲା ଏବଂ ତାଙ୍କୁ ନିଜ ସୀମା ମଧ୍ୟରେ ରଖିବାକୁ କହିଥିଲା ନଚେତ୍ ତାଙ୍କର ହତ୍ୟା କରାଯିବ ବୋଲି କୁବାଯାଇଥିଲା ।
ଏହି ସମୟରେ, କାନାଡାର ଏଜେନ୍ସିମାନେ ଏହି ପୋଷ୍ଟର ସତ୍ୟତା ଏବଂ ଗୁଳି ସହ ଜଡିତ ତଥ୍ୟ ଅନୁସନ୍ଧାନ କରୁଛନ୍ତି। ତେବେ ପୋଲିସ ପକ୍ଷରୁ କୌଣସି ଅଫିସିଆଲ୍ ସୂଚନା ମିଳି ନାହାଁ । ଏହାପୂର୍ବରୁ ପଞ୍ଜାବୀ ଚଳଚ୍ଚିତ୍ର ତାରକା ଜିପି ଗ୍ରୁଆଲ ଏବଂ ପଞ୍ଜାବୀ ଗାୟକ କରଣ ଅଜଲାଙ୍କ ଘରେ ମଧ୍ୟ ଗୁଳି ବିନିମୟ ହୋଇଥିଲା।












Click it and Unblock the Notifications