ବିହାରରେ ମଖାନା ବୋର୍ଡ ଗଠନ କରାଯିବ
Makhana Board In Bihar: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟରେ ବିହାରର ଉପରେ ଫୋକସ୍ କରିଛନ୍ତି । ବିହାରରେ ମଖାନା ବୋର୍ଡ ଗଠନ କରାଯିବ । ଏହା ବ୍ୟତୀତ ବିହାର ପାଇଁ ଆହୁରି କିଛି ବଡ଼ ଘୋଷଣା କରାଯାଇଛି।

ସୀତାରମଣ କହିଛନ୍ତି ଯେ ଉତ୍ପାଦନ, ପ୍ରକ୍ରିୟାକରଣ, ଏବଂ ମାର୍କେଟିଂରେ ଉନ୍ନତି ଆଣିବା ପାଇଁ ମଖାନା ବୋର୍ଡ ଗଠନ କରାଯାଇଛି। ବୋର୍ଡ PFO ଆୟୋଜନ କରିବ ଏବଂ ମାଖନା ଚାଷ କରୁଥିବା ଚାଷୀମାନଙ୍କୁ ତାଲିମ ପ୍ରଦାନ କରିବ। ଏହା ସହିତ, ସମ୍ପୃକ୍ତ ସରକାରୀ ଯୋଜନାର ଲାଭ ଚାଷୀମାନଙ୍କୁ ସୁନିଶ୍ଚିତ କରାଯିବ।ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ବିହାରରେ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହିତ କରିବା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫୁଡ୍ ଟେକ୍ନୋଲୋଜି ଏଣ୍ଟରପ୍ରିନିୟରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ଗଠନ କରାଯିବ।












Click it and Unblock the Notifications