Get Updates
Get notified of breaking news, exclusive insights, and must-see stories!

ସାବଧାନ ! ଆପଣ ହୋଇପାରନ୍ତି କ୍ୟାସ୍ ଅନ୍-ଡେଲିଭରି ସ୍କାମର ଶିକାର, ଗୋଟିଏ ଭୁଲ୍, ଖାଲି କରିଦେବ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ

Fake Parcel Delivery Scam : ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସ୍କାମରମାନେ ଜଣେ ଯୁବତୀଙ୍କ ସହ କଥା ହେଉଥିବାର ଦେଖିବା ପାଇଁ ମିଳୁଛି । ଯେଉଁଥିରେ କଲର୍ ଆପଣଙ୍କୁ ପାର୍ସଲ ଡେଲିବରି କରିବା ବାହାନା କରି * 401 * ଏବଂ ଏକ ନିର୍ଦ୍ଦିଷ୍ଟ ଫୋନ୍ ନମ୍ବର ଡାଏଲ୍ କରିବାକୁ ଅନୁରୋଧ କରୁଛି । ଯାହା ଫଳରେ ଆପଣଙ୍କ ଫୋନର କଲ୍ ଏବଂ ମ୍ୟାସେଜ୍ ସ୍କାମର ନମ୍ବରକୁ ପଳାଇଯାଇଥାଏ । ଯାହା ଆପଣଙ୍କ ଆକାଉଣ୍ଟକୁ ଡ୍ରେନ୍ କରିବାରେ ସାହାଯ୍ୟ କରିଥାଏ ।

ଭାଇରାଲ ଭିଡିଓରେ ସ୍କାମର ଯୁବତୀଙ୍କୁ କଲ୍ କରି ତାଙ୍କ ନାଁରେ ଏକ ପାର୍ସଲ ଆସିଛି, କିନ୍ତୁ ମୋର ଡେଲିଭରି ବୟ ତୁମର ଠିକଣା ଖୋଜିବା ପାଇଁ ସକ୍ଷମ ନୁହଁନ୍ତି । ଏହା ପରେ ସେ କହୁଛନ୍ତି ଯଦି ଆପଣ ନିଜ ପାର୍ସଲ ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଡେଲିଭରି ବୟ ସହ କଥା ହେବାକୁ ପଡିବ । ଏହା ପରେ କଲ କରିଥିବା ବ୍ୟକ୍ତି ଜଣକ ଡେଲିଭରି ବୟ ନମ୍ବର ଦେଉଛନ୍ତି ଏବଂ ନମ୍ବର ଡାଏଲ କରିବା ପୂର୍ବରୁ* 401 * ଡାଏଲ କରିବା ପାଇଁ କହୁଛନ୍ତି । ଏହି ନମ୍ବର କମ୍ପାନୀର ଏକ୍ସଟେନ୍ସନ୍ କୋଡ୍ ସେ କହୁଛନ୍ତି । ଏପରି ନ କଲେ ଆପଣ ନିଜ ପାର୍ସଲ ପାଇପାରିବେ ନାହିଁ ।

ଏହା ପରେ ଯୁବତୀ ଜଣକୁ ବ୍ୟକ୍ତି ଜଣଙ୍କ ଉପରେ ସନ୍ଦେହ ହୋଇଥିଲା ସେ ଫୋନ୍ କାଟି ଗୁଗଲରେ ସର୍ଚ୍ଚ କରି ଜାଣିପାରିଥିଲେ ଯେ, ଏହା ଏକ ଫେକ୍ କଲ ଥିଲା । ସ୍କାମରମାନେ ତାଙ୍କ ଟଙ୍କା ଚୋରୀ କରିବା ପାଇଁ ଏପରି କରି କଲ କରଥିବାର ସେ ଜାଣିପାରିଥିଲେ । ଉକ୍ତ ନମ୍ବର ହେଉଛି ଏକ କଲ-ଫରୱାର୍ଡିଂ କୋଡ୍ । ଏହା ଆପଣଙ୍କର ସମସ୍ତ କଲ୍, ମ୍ୟାସେଜ୍ ଏବଂ OTP କଲ୍ ଦ୍ୱାରା ଦିଆଯାଇଥିବା ଫୋନ୍ ନମ୍ବରକୁ ପଳାଇଯାଇଥାଏ ।

Fake Parcel Delivery Scam

ଏହି ଭିଡିଓ ଭାଇରାଲ ହେବା ପରେ ଆଉ ଜଣେ ବ୍ୟବସାୟୀ ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି । ସେ କହିଛନ୍ତି ଏପରି ଘଟଣା ମୋ ସହ ମଧ୍ୟ ଘଟିସାରିଛି । ତେବେ ଅନେକ ଲୋକଙ୍କ ସହ ଏପରି ଘଟଣା ଘଟିସାରିଛି । ତେବେ ଆପଣ ମାନେ ସତର୍କ ରୁହନ୍ତୁ । କୌଣସି ଡିଟେଲସ୍ ଦିଅନ୍ତୁ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+