Get Updates
Get notified of breaking news, exclusive insights, and must-see stories!

ଫେସବୁକ୍ ସର୍ଭର ହେଲା ଡାଉନ୍‌: ମାତ୍ର ୧ ଘଣ୍ଟାରେ ହେଲା କୋଟି କୋଟି ଟଙ୍କାର କ୍ଷତି

Facebook And Instagram: ମାର୍ଚ୍ଚ ୫ ତାରିଖ ରାତିରେ ମେଟା ଦ୍ୱାରା ପରିଚାଳିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ କାମ କରୁନଥିଲା ଅର୍ଥାତ୍ କୌଣସି ଆପ୍ ଖୋଲୁନଥିଲା । ଭାରତ ସମେତ ପୁରା ବିଶ୍ୱରେ ମେଟା ସର୍ଭର ଟାଇନ ହୋଇଯାଇଥିଲା । ଯେଉଁଥି ପାଇଁ ଏହି ଦୁଇ ଆପରେ କୌଣସି ସେବା ପାଇପାରି ନଥିଲେ । ମେଟା ସେବା ପ୍ରାୟ ଏକ ଘଣ୍ଟା ପାଇଁ ଡାଉନ୍ ହୋଇଯାଇଥିଲା । ଯେଉଁଥି ପାଇଁ କମ୍ପାନୀର ସିଇଓ ମାର୍କ ଜୁକରବର୍ଗଙ୍କୁ କୋଟି କୋଟି କ୍ଷତି ସହିବା ପାଇଁ ପଡିଛି ।

ମଙ୍ଗଳବାର (ମାର୍ଚ୍ଚ 5, 2024) ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ରାତିରେ ହଠାତ୍ ଡାଉନ୍ ହୋଇଯାଇଥିଲା । ଯେଉଁ କାରଣରୁ ଉପଭୋକ୍ତାମାନେ ଏହି କୌଣସି ପ୍ଲାଟଫର୍ମ ବ୍ୟବହାର କରିପାରିନଥିଲେ। ଫେସବୁକରେ ଉପଭୋକ୍ତାମାନଙ୍କୁ ପୁନର୍ବାର ଲଗଇନ୍ କରିବାକୁ ନୋଟିସ୍ ଆସିଥିଲା । କିନ୍ତୁ ଲଗଇନ୍ ବିବରଣୀ ପ୍ରବେଶ କରିବା ପରେ ମଧ୍ୟ ସେମାନେ ସେମାନଙ୍କ ଆକାଉଣ୍ଟକୁ ପ୍ରବେଶ କରିପାରିନଥିଲେ। ପ୍ରାୟ ଏକ ଘଣ୍ଟା ପରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ କାମ କରିଥିଲା ।

Facebook And Instagram

ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ, ମାର୍କ ଜୁକରବର୍ଗଙ୍କୁ ଏହି ଏକା ଘଣ୍ଟାରେ କୋଟି କୋଟି ଟଙ୍କାର କ୍ଷତି ସହିବା ପାଇଁ ପଡିଛି । Weebush Securitiesର ପରିଚାଳନା ନିର୍ଦ୍ଦେଶକ DailyMail.comକୁ ସୂଚନା ଦେଇଛନ୍ତି ଯେ, ଫେସବୁକ୍, ଇନଷ୍ଟାଗ୍ରାମ ଡାଉନ ହେବା ଫଳରେ ମାର୍କ ଜୁକରବର୍ଗଙ୍କୁ ପ୍ରାୟ ୧୦୦ ମିଲିୟନ୍ ଡଲାରର କ୍ଷତି ସହିବା ପାଇଁ ପଡିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ମେଟାର ସେୟାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି ଏବଂ ୧.୬ ପ୍ରତିଶତ ହ୍ରାସ ହୋଇଛି।

ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକା ଅନୁଯାୟୀ ମାର୍କ ଜୁକରବର୍ଗ ହେଉଛନ୍ତି ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି। ତାଙ୍କର ନେଟ୍ ୱର୍ଥ ୧୩୯.୧ ବିଲିୟନ ଡ଼ଲାର୍ । ୨୦୧୩ ମସିହାରେ ତାଙ୍କ ନେଟ୍ ୱର୍ଥ ୮୪ ବିଲିୟନ ଡ଼ଲାରର ରେକର୍ଡ କରାଯାଇଥିଲା। ଏହି ହିସାବରେ ଏକ ଘଣ୍ଟାର ପ୍ରାୟ ୯.୬ ନିୟୁତ ଡଲାରରେ ବୃଦ୍ଧି ପାଇଛି ।

ଯେତେବେଳେ ମେଟା ପ୍ଲାଟଫର୍ମଗୁଡିକ ଡାଉନ୍ ହୋଇଥିଲା,ସେତେବେଳେ 'X' ମାଲିକ ଏଲନ୍ ମସ୍କ ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, 'ଯଦି ଆପଣ ଏହି ପୋଷ୍ଟ ପଢିବା ପାଇଁ ସକ୍ଷମ ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆମର ଅର୍ଥାତ୍ ଏକ୍ସର ସର୍ଭର କାମ କରୁଛି ।

ଯାହା ପରେ ଏକ୍ସରେ ୟୁଜର୍ସଙ୍କର ପୋଷ୍ଟ ସଂଖ୍ୟା ବଢିବାରେ ଲାଗିଥିଲା । ଅନ୍ୟପକ୍ଷରେ, ସେବା ବନ୍ଦ ଥିବାରୁ ମେଟା ଅଧିକାରୀ ଆଣ୍ଡି ଷ୍ଟୋନ ଉପଭୋକ୍ତାଙ୍କୁ କ୍ଷମା ମାଗିଛନ୍ତି ଏବଂ ଏହାର ସମାଧାନ ପାଇଁ କାର୍ଯ୍ୟ ଚାଲିଛି ବୋଲି କହିଥିଲେ । ପ୍ରାୟ ଏକ ଘଣ୍ଟା ପାଇଁ ସେବା ବନ୍ଦ ହେବା ପରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ରାତି 11 ଟା ପରେ ପୁଣି କାମ କରିବା ଆରମ୍ଭ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+