Facebook ଏବଂ Instagramରେ ଆସିବ AI ଇମେମ୍ ଥିବା ଖାସ ଫିଚର୍
AI Image: କିଛି ଦିନ ହେଲା AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଅନେକ ସ୍ଥାନରେ ବ୍ୟବହାର ହେଉଛି ଏବଂ ଏହା ଖୁବ୍ ଚର୍ଚ୍ଚା ଅଛି । ଏହି ନୂତନ ଟେକ୍ନୋଲୋଜି ସାରା ବିଶ୍ୱରେ ବ୍ୟବହୃତ ହେଉଛି । ଧୀରେ ଧୀରେ ସମସ୍ତ କମ୍ପାନୀ ନିଜ ସର୍ଭିସରେ AIର ବ୍ୟବହାର କରିବା ଆରମ୍ଭ କଲେଣି । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପର ପ୍ୟାରେଣ୍ଟ୍ କମ୍ପାନୀ ମେଟା ମଧ୍ୟ ଏହି ପ୍ରସଙ୍ଗରେ ଆଗେଇ ଆସିଛି । ମେଟା ଦୀର୍ଘ ଦିନ ଧରି AI ଟେକ୍ନୋଲୋଜିର ବ୍ୟବହାର ପାଇଁ କାର୍ଯ୍ୟ କରିଆସୁଛି ।
ବର୍ତ୍ତମାନ ଖବର ରହିଛି ଯେ, ଖୁବ୍ ଶୀଘ୍ର ମେଟା AI ଜରିଆରେ ଆର୍ଟିଫିସିଆଲ୍ ଇମେଜ୍ ବା ଫଟୋ ଫିଚର କ୍ରିଏଟ୍ କରିବା ପାଇଁ ଯାଉଛି । AI ପ୍ରତିଛବି ଲୋକପ୍ରିୟତା ବଢିଥିବାର ଦେଖି ମେଟା ମଧ୍ୟ ନିଜ ଫିଚରରେ ଏହାକୁ ସାମିଲ କରିବା ପାଇଁ ନିଶ୍ଚିତ କରିଛି । ଆଜିକାଲି, AI ପ୍ରତିଛବି ଏବଂ ମଣିଷର ପ୍ରକୃତ ଚିତ୍ର ମଧ୍ୟରେ କେଉଁ ଚିତ୍ର ରିୟଲ ତାହା ଜାଣିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି ।

ନିକ୍ କ୍ଲେଗ୍ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ବୁଝାଇ କହିଛନ୍ତି ଯେ, ଯେହେତୁ ମାନବ ଏବଂ ସିନ୍ଥେଟିକ୍ ବିଷୟବସ୍ତୁ ମଧ୍ୟରେ ରେଖା ଅସ୍ପଷ୍ଟ ହୋଇଯାଏ, ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ସୀମା ରେଖା କେଉଁଠାରେ ଅଛି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ମେଟା ନିଜର ଉତ୍ପାଦିତ AI ପ୍ରତିଛବିଗୁଡ଼ିକୁ ଲେବଲ୍ କରେ, ଯାହା ଦ୍ୱାରା ଉପଭୋକ୍ତାମାନେ ଜାଣିପାରିବେ ରିୟଲ ଏବଂ AI ଫଟୋ ମଧ୍ୟ ଫରକ ଜାଣି ପାରିବେ ।
AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଅର୍ଥ କୃତ୍ରିମ ଅର୍ଥାତ୍ କୃତ୍ରିମ ଭାବରେ ବିକଶିତ ବୌଦ୍ଧିକ ଦକ୍ଷତା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉଛି କମ୍ପ୍ୟୁଟର ସାଇନ୍ସର ଏକ ଉନ୍ନତ ଶାଖା । AI ସାହାଯ୍ୟରେ ଏପରି ଏକ କମ୍ପ୍ୟୁଟର ସିଷ୍ଟମ୍ କିମ୍ବା ରୋବୋଟିକ୍ ସିଷ୍ଟମ ତିଆରି କରାଯାଇପାରେ ।












Click it and Unblock the Notifications