ପୁଣି ଦିଲ୍ଲୀର ୩ ସ୍କୁଲକୁ ବୋମା ଧମକ
Delhi Schools Receive Bomb Threats: ପୁଣି ନୂଆଦିଲ୍ଲୀର ୩ଟି ସ୍କୁଲକୁ ବୋମା ଧମକ ମିଳିଛି । ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମେଲ୍ ଆଇଡିରୁ ଏହି ଧମକ ମିଳିଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମବାହିନୀ ଓ ଦିଲ୍ଲୀ ପୋଲିସ ।

ଦିଲ୍ଲୀ ସ୍କୁଲକୁ ବୋମା ଧମକ ମିଳିବା ଘଟଣା ବନ୍ଦ ହୋଇନାହିଁ । ପ୍ରାୟତଃ କିଛି ଅଜ୍ଞାତ ବ୍ୟକ୍ତିଙ୍କ ଇ-ମେଲ କିମ୍ବା କଲ ମାଧ୍ୟମରେ ବୋମା ବିଷୟରେ ସ୍କୁଲ ପରିଚାଳନାକୁ ସୂଚନା ମିଳୁଛି । ଯାହା ପରେ ସମସ୍ତ ସ୍କୁଲରେ ଭୟର ବାତାବରଣ ସୃଷ୍ଟି ହେଉଛି ।
ଗତ ସୋମବାର ମଧ୍ୟ ଦିଲ୍ଲୀର ପ୍ରାୟ ୪୦ଟି ସ୍କୁଲକୁ ବୋମା ଧମକ ମିଳିଥିଲା । ସୋମବାର ସକାଳ ହୋଇଥିବାରୁ ସମସ୍ତ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତ ଥିଲେ ହେଲେ ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ତୁରନ୍ତ ସ୍କୁଲ ବନ୍ଦ କରାଯିବା ସହ ସ୍କୁଲ ପ୍ରଶାସନ ତୁରନ୍ତ ପିତାମାତାଙ୍କୁ ସୂଚନା ଦେଇଥିଲା ଏବଂ ସମସ୍ତ ପିଲାଙ୍କୁ ଘରକୁ ପଠାଯାଇଥିଲା।
ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରତ୍ୟେକ ବିଦ୍ୟାଳୟର କୋଣ ଅନୁକୋଣକୁ ଯାଞ୍ଚ କରିଥିଲା, କିନ୍ତୁ ସନ୍ଦେହଜନକ କିଛି ଜିନିଷ ମିଳି ନଥିଲା । ଦିଲ୍ଲୀର ସ୍କୁଲ, ବିମାନବନ୍ଦର, ବିମାନ, ହୋଟେଲ, ମଲ୍ ଇତ୍ୟାଦି ବିରୁଦ୍ଧରେ ପ୍ରତିଦିନ ଏହି ଧମକ ମିଳୁଛି। ଯେଉଁଥି ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଉଛି ।












Click it and Unblock the Notifications