EPFOର ବଡ ନିଷ୍ପତ୍ତି: ଏଣିକି ଆଧାର କାର୍ଡ ହେବନାହିଁ ଜନ୍ମ ତାରିଖ ପାଇଁ ବୈଧ ପ୍ରମାଣ
EPFO News Update: EPFOରେ ହୋଇଛି ବଡ଼ ପରିବର୍ତ୍ତନ । ଏଣିକି ଇପିଏଫଓରେ ଜନ୍ମ ତିଥି ଅପଡେଟ୍ ପ୍ରକ୍ରିୟାରେ ଆଧାର କାର୍ଡକୁ ବୈଧ ବୋଲି ବିଚାର କରାଯିବ ନାହିଁ । ଇପିଏଫଓ ଏବେ ଆଧାର କାର୍ଡକୁ ବୈଧ ଦଲିଲ୍ ତାଲିକାରୁ ବାଦ ଦେଇଛି । ଯେଉଁଥି ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ମଧ୍ୟ ଏକ ସର୍କୁଲାର ଜାରି କରାଯାଇଛି ।
ତେବେ ୟୁଆଇଡିଏଆଇ ଏକ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଜନ୍ମ ତାରିଖ ବା ଡିଓବି ପ୍ରମାଣ ପାଇଁ ଆଧାର କାର୍ଡ ଗ୍ରହଣ କରାଯିବ ନାହିଁ । ଏଣିତି କେହି ଯଦି ଜନ୍ମ ତାରିଖ ପ୍ରମାଣପତ୍ର ପାଇଁ ଆଧାର ବ୍ୟବହାର କରନ୍ତି ତେବେ ତାଙ୍କର ଡକ୍ୟୁମେଣ୍ଟ ଗ୍ରହଣ କରାଯିବ ନାହିଁ । ଇପିଏଫ୍ଓ ଏକ ସର୍କୁଲାର୍ ଜାରି କରିଛି, ଯେଉଁଥିରେ ଆଧାର କାର୍ଡକୁ ଡିଓବି ପ୍ରମାଣରୁ ହଟାଇବାକୁ କୁହାଯାଇଛି ।

ଇପିଏଫ୍ଓ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆଧାର କାର୍ଡ ପରିବର୍ତ୍ତେ ଏଣିକି ଜନ୍ମ ପ୍ରମାଣପତ୍ର , ମାର୍କସିଟ୍, ବିଦ୍ୟାଳୟ ପ୍ରମାଣପତ୍ର,ପାସପୋର୍ଟ, ପାନ୍ ନମ୍ବର, ସରକରୀ ପେନସନ୍ ଏବଂ ମେଡିକ୍ଲେମ ପ୍ରମାଣପତ୍ରକୁ ଜନ୍ମ ତାରିଖର ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଇପାରିବ । ତେବେ କେବଳ ଆବାସିକ ପ୍ରମାଣପତ୍ର ଭାବରେ ଆଧାର କାର୍ଡକୁ ବ୍ୟବହାର କରାଯିବ ହେଲେ ଜନ୍ମ ପ୍ରମାଣପତ୍ର ଭାବରେ ଏହା ବ୍ୟବହାର କରାଯିବ ନାହିଁ ।












Click it and Unblock the Notifications