ଏଲନ୍ ମସ୍କଙ୍କ ନୂଆ ଘୋଷଣା: ଏଣିକି ପ୍ରତ୍ୟେକ X ୟୁଜର୍ସଙ୍କୁ ଦେବାକୁ ପଡିବ ଟଙ୍କା
ହାଇଦ୍ରାବାଦ: ପୁଣି ସୋସିଆଲ ମିଡିଆ ସାଇଟ୍ X ଅର୍ଥାତ୍ ଟ୍ୱିଟର୍ ହେବା ପାଇଁ ଯାଉଛି ପରିବର୍ତ୍ତନ । ଆଗାମୀ ଦିନରେ ଦେୟ ନଦେଲେ ଖୋଲିବନି ଆକାଉଣ୍ଟ । ଆଜ୍ଞା ହଁ ଯଦି ଆପଣ ଏକ୍ସ ୟୁଜର ଏବଂ ଆଗକୁ ମଧ୍ୟ ଏହି ସୋସିଆଲ ମିଡିଆ ସାଇଟ୍ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥି ପାଇଁ ବର୍ଷକୁ 1 ଡଲାରର ସବସ୍କ୍ରିପସନ୍ ରାଶି ଦେବା ପାଇଁ ପଡିବ । ଏନେଇ ନିଜେ ଏଲନ୍ ମସ୍କ ଘୋଷଣା କରିଛନ୍ତି ।
କେବେ ଯେଉଁମାନେ ବର୍ଷକୁ ଦେୟ ପ୍ରଦାନ କରିବେ ନାହିଁ ସେମାନେ ଆଗକୁ ଏକ୍ସର ବ୍ୟବହାର କରିପାରିବେ ନାହିଁ ଏବଂ ଏକାଉଣ୍ଟ ଡିଆକ୍ଟିଭ୍ ହୋଇଯିବ । ଏହି ଖବର ପ୍ରକାଶ ପାଇବା ପରେ ସାଧାରଣପେ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ମସ୍କ କହିଛନ୍ତି ଏହା ୟୁଜର୍ସ ଏବଂ ଫ୍ଲାଟଫର୍ମ ପାଇଁ ଲାଭଦାୟୀ ବୋଲି କହିଛନ୍ତି । ଏପରି କରିବା ଦ୍ୱାରା ଫେକ୍ ୟୁଜର୍ସଙ୍କ ସଂଖ୍ୟା କମ ହେବ ।

ତେବେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ତ ଏବଂ ଫିଲିପାଇନ୍ସରେ ନଟ୍ ଏ ବଟ୍ ଫିଚର ଉପରେ ଟେଷ୍ଟିଂ ଆରମ୍ଭ ହୋଇଯାଇଛି । ଅର୍ଥାତ୍ ବିନା ପେମେଣ୍ଟରେ ଏବେ ୟୁଜର୍ସ Xରେ ପୋଷ୍ଟ, ଲାଇକ୍, କମେଣ୍ଟ ଏବଂ ବୁକମାର୍କ କରି ପାରିବେ ନାହିଁ ।
ବ୍ଲଗ୍ ପୋଷ୍ଟ ଅନୁସାରେ, ଏହା Xରେ ବଟ୍ ଏବଂ ସ୍ୱାମକୁ ରୋକିବାରେ ସାହାଯ୍ୟ କରିବ । ଫି ଲାଗୁ ହେବା ଦ୍ୱାରା ପ୍ଲାଟଫର୍ମ ମଧ୍ୟ ସୁରକ୍ଷିତ ରହିବ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟେଷ୍ଟ ଦ୍ୱାରା କେହି ପ୍ରଭାବିତ ହୋଇନାହାଁନ୍ତି ବୋଲି ସୂଚନା ରହିଛି ।
ସୂଚନାଥାଉ ଯେ, ଗତବର୍ଷ ଏକ୍ସକୁ ( ଟ୍ୱିଟର ) କିଣିଥିଲେ ଏଲମ୍ ମସ୍କ । ସେବେଠାରୁ ମସ୍କ 13 ବିଲିୟନ ଡଲାର ଋଣରେ ଥିବା X ପ୍ଲାଟଫର୍ମକୁ ପୁରର୍ଜୀବିତ କରିବାକୁ ଚେଷ୍ଟା କରିଥିଲେ । ତେବେ ଏକ୍ସ ପାଇଁ ବାର୍ଷିକ ପ୍ରାୟ 1.2 ବିଲିୟନ ସୁଧ ଦେବାକୁ ପଡୁଥିବା ନେଇ ମସ୍କ ସୋସିଆଲ ମିଡିଆରେ ଦର୍ଶାଇଛନ୍ତି । ଏବେ ପୁଣି କମ୍ପାନୀର ଆୟ ଉତ୍ସବ ବଢାଇବା ପାଇଁ 'X'ରେ ପ୍ରିମିୟମ୍ ସେବା ଆରମ୍ଭ ହେବା ପାଇଁ ଯାଉଛି । ତେବେ ଏକ୍ସର ରେଭେନ୍ୟୁ ବଢିବ ବୋଲି ଆଶା କରାଯାଉଛି ।












Click it and Unblock the Notifications