Eid 2024: ଆସନ୍ତାକାଲି ଦେଶରେ ପାଳନ କରାଯିବ ଇଦ୍-ଉଲ୍-ଫିତର୍
Eid 2024: ସାରା ବିଶ୍ୱରେ ଇଦ୍ ପର୍ବର ବିଶେଷ ମହତ୍ତ୍ୱ ରହିଛି । ରମଜାନ ମାସ ଶେଷ ହେବା ପରେ ଶୱାଲଙ୍କ ପ୍ରଥମ ତାରିଖ ରେ ଇଦ୍ ପର୍ବ ପାଳନ କରାଯାଏ । ଏହାକୁ ଇଦ୍-ଉଲ୍-ଫିତର, ଇଦ୍-ଅଲ-ଫିତର, ମିଥୀ ଇଦ୍ କିମ୍ବା ରମଜାନ୍ ଇଦ୍ ମଧ୍ୟ କୁହାଯାଏ । ଭାରତରେ ଇଦ୍ ୧୧ ଏପ୍ରେଲରେ ପାଳନ କରାଯିବ । ଇଦକୁ ବେଶ୍ ଧୂମଧାମରେ ପାଳନ କରନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ ।

ଶୱାଲ ଜହ୍ନ ଦେଖିବା ପରେ ଇଦ୍ ପାଳନ କରାଯାଏ। ମାତ୍ର ୯ ଏପ୍ରିଲରେ ଭାରତରେ ଇଦ ଚାନ୍ଦ ଦେଖାନଯିବାରୁ ଆସନ୍ତା ୧୧ ତାରିଖ ଦିନ ଇଦ୍ ପାଳିବାକୁ ନିଷ୍ପତ୍ତି ନିଆଯାଇଛି । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଏବଂ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ନେଇଛନ୍ତି । ଇଦ୍-ଉଲ୍ ଫିତର ପର୍ବ ପାଇଁ ଦେଶର ସମସ୍ତ ମସଜିଦକୁ ସଜାଯାଇଛି । ଇଦ୍ ପାଇଁ ମାର୍କେଟରେ ଗହଳି ଦେଖିବା ପାଇଁ ମିଳୁଛି ।
ଇଦ୍ ଅବସରରେ ଲୋକମାନେ ପରସ୍ପରକୁ ଅଭିନନ୍ଦନ ଜଣାଇଥାନ୍ତି । ଆଜି ଶେଷ ରୋଜା ପରେ ଆସନ୍ତାରାଲି ସାରା ଦେଶରେ ଉତ୍ସାହର ସହ ପାଳନ ହେବ ଇଦ୍ । ଆସନ୍ତାକାଲି ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ମଧ୍ୟ ପାଳନ କରାଯିବ ଇଦ୍ ।












Click it and Unblock the Notifications