ଆଜି ପବିତ୍ର 'ଇଦ ଉଲ୍ ଫିତର', ସାରା ଦେଶରେ ଉତ୍ସାହର ମାହୋଲ
ଭୁବନେଶ୍ୱର:ଇଦ୍ ମୁବାରକ...ଆଜି ପବିତ୍ର 'ଇଦ ଉଲ୍ ଫିତର' । ଇସଲାମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ । ସାରା ଦେଶରେ ବେଶ୍ ଧୂମଧାମରେ ହର୍ଷ ଉଲ୍ଲାସର ସହ ପାଳନ ହେଉଛି ଏହି ପର୍ବ । ମାସକର ରମଜାନ ପରେ ଆଜି ବେଶ୍ ଉତ୍ସାହର ସହ ଇଦ୍ ପାଳୁଛନ୍ତି ଲକ୍ଷାଧିକ ମୁସଲିମ୍ ଭାଇ ଭଉଣୀ ।
ଇଦ୍ ଅବସରରେ ଲୋକମାନେ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ୨୧ ଏପ୍ରିଲ ସନ୍ଧ୍ୟାରେ ଇଦ୍ ଚାନ୍ଦ ଭାରତରେ ଦୃଶ୍ୟମାନ ହୋଇଥିଲା । ଯାହା ସହ ଶେଷ ହୋଇଥିଲା ରମଜାନ ମାସ । ଗତକାଲି ଶେଷ ରୋଜା ପରେ ଆଜି ସାରା ଦେଶରେ ଉତ୍ସାହର ସହ ପାଳନ ହେଉଛି ଇଦ୍ । ଆଜି ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ମଧ୍ୟ ପାଳନ ହେଇଛି ଇଦ୍ । ନମାଜ ପାଠ କରିବା ପରେ ଦାନ ଧର୍ମ କରି ପାଳନ ହେଉଛି ଇଦ ।

ଇଦ୍ ପାଳନ ପାଇଁ କଟକ, ଭଦ୍ରକ ସମେତ ସମ୍ବଲପୁରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ମହସଜିଦ ଓ ଆଖପାଖ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଆଜି ସକାଳୁ ଦିଲ୍ଲୀ ଜାମା ମସଜିଦରେ ସମୁହ ନମାଜ ପାଠ ହୋଇଛି ।
More From
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications