Get Updates
Get notified of breaking news, exclusive insights, and must-see stories!

ହୃତଘାତରୁ ବଞ୍ଚାଇଲା CPR କୌଶଳ, ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଲା ଜୀବନ

ହୃତଘାତରୁ ବଞ୍ଚାଇଲା CPR କୌଶଳ, ପ୍ରଶଂସା ସାଉଁଟିଲେ ଡାକ୍ତର

ମହାରାଷ୍ଟ୍ର: ଡାକ୍ତରଙ୍କ ମତରେ ଯଦି କୌଣସି ରୋଗୀ ବା ବ୍ୟକ୍ତିଙ୍କର ହଠାକ୍ ନିଶ୍ୱାସ ବନ୍ଦ ହୋଇଯାଏ ତେବେ କାର୍ଡିଓପୁଲମୋନାରୀ ରିସ୍ୟୁଟେସନ୍ ଅର୍ଥାତ୍ CPR ମଧ୍ୟମରେ ଜୀବନ ବଞ୍ଚାଯାଇ ପାରିବ । ଏବେ ଏହା ଏକ ଉଦ୍ଧାରଣ ମହାରାଷ୍ଟ୍ରରେ ଦେଖିବା ପାଇଁ ମିଳିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି । ଏହା ସହ ଲୋକେ ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧିର ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି ।

ଭିଡିଓରେ ଆପଣ ଦେଖିପାରୁଥିବେ ପ୍ରଥମେ ଡାକ୍ତର ଜଣ ଜଣେ ମହିଳା ରୋଗୀଙ୍କୁ ଦେଖୁଥିଲେ । ଡାକ୍ତରଙ୍କ ସାମ୍ନାରେ ଜଣେ ପିଲା ଓ ଜଣେ ବ୍ୟକ୍ତି ମଧ୍ୟ ବସିଛନ୍ତି । ଚିକିତ୍ସା ପାଇଁ ଆସିଥିବା ଏହି ବ୍ୟକ୍ତି ଜଣକ ହଠାତ୍ ହୃତଖାତର ଶିକାର ହୋଇଥିଲେ । ଧିରେ ଧିରେ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇ ଚେୟାରରେ ଆଉଜି ପଡିଥିଲେ । ଏହା ପରେ ଡାକ୍ତର ତୁରନ୍ତ ତାଙ୍କୁ CPR ଦେବା ଆରମ୍ଭ କରିଥିଲେ । ହାତ ମୁଠା କରି ବ୍ୟକ୍ତିଙ୍କ ଛାତିକୁ ଧିରେ ଧିରେ ମାରିବା ଆରମ୍ଭ କରିଥିଲେ ଡାକ୍ତର ଜଣକ । ଯାହା ପରେ କିଛି ସମୟ ମଧ୍ୟରେ ହିଁ ବ୍ୟକ୍ତିଙ୍କ ଚେତା ଫେରିଥିଲା । କିଛି ସେକେଣ୍ତ ବିଳମ୍ବ ହୋଇଥିଲେ ହୁଏତ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥାନ୍ତା । ହେଲେ ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବ୍ୟକ୍ତି ଜଣକ ନୂଆ ଜୀବନ ପାଇପାରିଛନ୍ତି ।

MAHARSHTRA.DOCTOR

ଏପରି ଘଟଣା ମହାରାଷ୍ଟ୍ର କୋହ୍ଲାପୁରର ଏକ ଡାକ୍ତରଖାନାରେ ଦେଖିବା ପାଇଁ ମିଳିଛି । ସୂଚନା ଅନୁସାରେ ପୂର୍ବରୁ ବ୍ୟକ୍ତିଙ୍କର ହାର୍ଟ ସମସ୍ୟା ଥିଲା । ୧୨ ବର୍ଷ ପୂର୍ବରୁ ତାଙ୍କର ଅସ୍ତ୍ରୋପଚାର କରାଯାଇ ପେସମେକର୍ ଲଗାଯାଇଥିଲା । ଯାହା ପରେ ଆଉ ଏକ ପେସମେକର୍ ଲଗାଯିବାର ଥିଲା ଯେଉଁଥି ପାଇଁ ବ୍ୟକ୍ତ ଜଣଙ୍କ ଡାକ୍ତରଙ୍କ ସହ ପରମର୍ସ ନେବା ପାଇଁ ସେହିଦିନ ଡାକ୍ତରଖାନାରେ ପହଁଚିଥିଲେ । ଏହି ଘଟଣା ପରେ ବ୍ୟକ୍ତିଙ୍କୁ ଆଡମିଟ୍ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+